fbpx

ChatGPT ସମର୍ଥନରେ ବାହାରିଲେ ବିଲ୍ ଗେଟ୍ସ, AI ଦୌଡ଼ରେ ସାମିଲ ହେଲେ ବଡ ବଡ ଟେକ୍ ଜିଆଣ୍ଟ

ନୂଆଦିଲ୍ଲୀ: ChatGPT ବିଶ୍ୱରେ ଖୁବ୍‌କମ ସମୟ ମଧ୍ୟରେ ନିଜର ପରିଚୟ ସୃଷ୍ଟି କରିବା ସହିତ ପ୍ରସିଦ୍ଧି ହାସଲ କରିଛି। ଏହାର ଲୋକପ୍ରିୟତା ଏତେ ବଢିଯାଇଛି ଯେ, ମାତ୍ର ଦୁଇ ମାସ ମଧ୍ୟରେ ଏଥିରେ ୧୦୦ ମିଲିୟନ ୟୁଜର ଯୋଡ଼ି ହୋଇଛନ୍ତି। ଏହି ଚାଟଜିପିଟିର ଲୋକପ୍ରିୟତାକୁ ଦେଖି ଗୁଗୁଲ୍ ମଧ୍ୟ ନିଜର ଚାଟବୋଟ ବାର୍ଡ ବଜାରରେ ଲଞ୍ଚ କରିଛି । ଭାରତ ତଥା ବିଶ୍ୱ ବଜାରରେ ଏବେ ଚାଟଜିପିଟିର ଖୁବ୍ ଚର୍ଚ୍ଚା ହେଉଛି।

ଏହାରି ମଧ୍ୟରେ ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ ଗେଟ୍ସ ଶୁକ୍ରବାର ଚାଟ୍‌ଜିପିଟି’ର ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ଚାଟଜିପିଟି ଦୁନିଆକୁ ବଦଳାଇ ଦେବ । ଯେପରି ପ୍ରଥମେ ଇଣ୍ଟରନେଟ୍ ଲଞ୍ଚ ହୋଇଥିଲା ଏବଂ ଏହା ବିଶ୍ୱରେ ପରିବର୍ତ୍ତନ ଆଣିଥିଲା, ସେହିପରି ଚାଟ ଜିପିଟି ମଧ୍ୟ ଦୁନିଆକୁ ବଦଲାଇ ଦେବ । OpenAI ଦ୍ୱାରା ବିକଶିତ ଚାଟଜିପିଟି AI ଚାଟବୋଟ ଅଟେ । ଯାହା ୟୁଜର୍ସଙ୍କ ପ୍ରଶ୍ନର ଉତ୍ତର ମଣିଷ ପରି ଦେବ । ଏହା ଫଲୋଅପ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥାଏ । ଭୁଲ୍‌କୁ ସୁଧାରିଥାଏ, ଭୁଲ୍ ନିର୍ଦ୍ଦେଶଗୁଡ଼ିକୁ ଚ୍ୟାଲେଞ୍ଜ କରେ ଏବଂ ଅନୁପଯୁକ୍ତ ନିର୍ଦ୍ଦେଶଗୁଡ଼ିକୁ ପ୍ରତ୍ୟାଖ୍ୟାନ କରେ ।

ବାସ୍ତବରେ, OpenAI ବଜାରରେ ଚାଟ୍ ଜିପିଟିକୁ ଲଞ୍ଚ କରିବା ପରେ ଏହା ଟେକ୍ନୋଲୋଜି କ୍ଷେତ୍ରରେ ହେଡଲାଇନରେ କ୍ରମାଗତ ଭାବରେ ରହିଆସିଛି । ଏହା ଦେଖି ଅନ୍ୟ ଟେକ୍ ଜିଆଣ୍ଟମାନେ ନିଦ ହଜିଯାଇଥିଲା । ଏହି ଚାଟବଟ୍ ଦେଖି ବଡ ଟେକ୍ ଜିଆଣ୍ଟ ଏବଂ ଅନେକ ନୂତନ ଷ୍ଟାର୍ଟଅପ୍ ଇଓ ରେସରେ ଯୋଗ ଦେଉଛନ୍ତି । ପ୍ରଥମେ ଗୁଗୁଲ୍ ତାପରେ ମାଇକ୍ରୋସଫ୍ଟ ଏବଂ ବର୍ତ୍ତମାନ ଅପେରା ମଧ୍ୟ ଏହି ରେସରେ ଶୀଘ୍ର ଯୋଗଦେବାକୁ ଯାଉଛନ୍ତି । ସମସ୍ତେ ନିଜ ନିଜ ବ୍ରାଉଜରରେ ଚାଟ୍ୱଟ୍ ପରି ବୈଶିଷ୍ଟ୍ୟ ଆଣୁଛନ୍ତି ।

Get real time updates directly on you device, subscribe now.