fbpx

ଏ କଣ କଲା ମାଇକ୍ରୋସଫ୍ଟ ! ୨୧ବର୍ଷର କର୍ମଚାରୀଙ୍କୁ କଲା ବହିଷ୍କାର, ସୋସିଆଲ ମିଡ଼ିଆ ଭାଇରାଲ ହେଲା ପୋଷ୍ଟ

ନୂଆଦିଲ୍ଲୀ:ମାଇକ୍ରୋସଫ୍ଟ ନିକଟରେ ୧୦,୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି। ଏହି ସଂଖ୍ୟା ଏହାର ମୋଟ କର୍ମଚାରୀଙ୍କ ପାଞ୍ଚ ପ୍ରତିଶତ ଅଟେ। ମାଇକ୍ରୋସଫ୍ଟର ସିଇଓ ସତ୍ୟ ନଡେଲା କର୍ମଚାରୀମାନଙ୍କୁ ଏକ ଚିଠିରେ କହିଛନ୍ତି ଯେ ଦୀର୍ଘ ଦିନର ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଏହି ଛଟେଇ କରାଯାଇଛି। ମାଇକ୍ରୋସଫ୍ଟ ବୁଧବାର ଦିନ ଛଟେଇ ଘୋଷଣା କରିବାରୁ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ଛଟେଇର କାହାଣୀ ସବୁ ଭିନ୍ନ ରୂପରେ ଦେଖିବାକୁ ମିଳିଛି। ମାଇକ୍ରୋସଫ୍ଟ ଦ୍ୱାରା ବରଖାସ୍ତ ହୋଇଥିବା ପ୍ରତ୍ୟେକ କର୍ମଚାରୀଙ୍କ ପାଖରେ କହିବା ପାଇଁ ଏକ ଭିନ୍ନ କାହାଣୀ ଅଛି ।

କମ୍ପାନୀ ଏପରି କର୍ମଚାରୀଙ୍କୁ ମଧ୍ୟ ହଟାଇ ଦେଇଛି, ଯେଉଁମାନେ ଦୀର୍ଘ ଦିନ ଧରି କମ୍ପାନୀ ସହିତ ଜଡିତ ଥିଲେ । ମାଇକ୍ରୋସଫ୍ଟରେ ୨୧ ବର୍ଷ ଧରି କାର୍ଯ୍ୟ କରୁଥିବା ଭାରତୀୟ ପ୍ରଶାନ୍ତ କାମାନୀଙ୍କ ନାମ ମଧ୍ୟ ମାଇକ୍ରୋସଫ୍ଟର ଛଟେଇ ତାଲିକାରେ ଅଛି। ବହିଷ୍କୃତ ହେବା ପରେ କାମାନି ଲିଙ୍କଡିନରେ ଲେଖିଥିବା ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ପୋଷ୍ଟରେ କାମାନି ମାଇକ୍ରୋସଫ୍ଟରେ ବିତାଇଥିବା ସମୟର ଏକ ଭାବପ୍ରବଣ ବାର୍ତ୍ତା ବର୍ଣ୍ଣନା କରିଛନ୍ତି।

ସୂଚାନମୂତାବକ ସିଅଟଲରେ ଅବସ୍ଥାପିତ ପ୍ରଶାନ୍ତ କାମାନି ୧୯୯୯ ରେ ମାଇକ୍ରୋସଫ୍ଟରେ ସଫ୍ଟୱେୟାର ଡିଜାଇନ ଇଞ୍ଜିନିୟର ଭାବରେ କ୍ୟାରିୟର ଆରମ୍ଭ କରିଥିଲେ। କଲେଜ ପରେ ଏହା ତାଙ୍କର ପ୍ରଥମ କାମ ଥିଲା । କ୍ରମାଗତ ୧୫ ବର୍ଷ ମାଇକ୍ରୋସଫ୍ଟରେ କାର୍ଯ୍ୟ କରି ସେ ସଫ୍ଟୱେୟାର ଇଞ୍ଜିନିୟରିଂ ମ୍ୟାନେଜର ପଦରେ ପହଞ୍ଚିଲେ। ୨୦୧୫ ରେ, ସେ ମାଇକ୍ରୋସଫ୍ଟ ଛାଡି ଆମାଜନକୁ ଚାଲିଗଲେ। ତା’ପରେ ୨୦୧୭ ରେ, ସେ ମାଇକ୍ରୋସଫ୍ଟକୁ ପ୍ରିନ୍ସିପାଲ୍ ସଫ୍ଟୱେର୍ ଡେଭଲପମେଣ୍ଟ ମ୍ୟାନେଜର ଭାବରେ ପୁଣି ଥରେ ଫେରିଲେ। ସେବେଠାରୁ ସେ କେବଳ ମାଇକ୍ରୋସଫ୍ଟରେ ଥିଲେ।

ପ୍ରଶାନ୍ତ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ସେ ତାଙ୍କ ପରିବାର କୁ ବହୁତ ଭଲ ପାଆନ୍ତି । ସେ ଲେଖିଛନ୍ତି, “ପରିବାର ପାଇଁ ମୁଁ ସର୍ବଦା ଉପସ୍ଥିତ ନଥିଲି, କିନ୍ତୁ ମୋତେ ସାହାଯ୍ୟ କରିବାକୁ ସର୍ବଦା ପ୍ରସ୍ତୁତ ଥିଲେ । ମୁଁ ଜାଣେ ଯେ ମୋର ଚାକିରି ହରାଇବାର ଖବର ତାଙ୍କୁ ସେତିକି କଷ୍ଟ ଦେଉଛି ଯେତିକି ମତେ ଦେଉଛି। ମୋର ସମସ୍ତ ଉତ୍ଥାନ-ପତନରେ ମୋ ପାଖରେ ଛିଡା ହୋଇଥିବାରୁ ମୁଁ ମୋ ପରିବାରକୁ ଧନ୍ୟବାଦ ଦେଉଛି ।

Get real time updates directly on you device, subscribe now.