fbpx

ଇତିହାସ ରଚିଲା Microsoft: ଦୁନିଆର ସବୁ କମ୍ପାନୀଙ୍କୁ ପଛରେ ପକାଇ ଅଧିକାର କଲା ନମ୍ବର-୧ ସ୍ଥାନ

ନୂଆଦିଲ୍ଲୀ: ଟେକ କମ୍ପାନୀ ମାଇକ୍ରୋସଫ୍ଟର ସେୟାର ଏହି କିଛି ଦିନ ହେବ ବୃଦ୍ଧି ପାଇବାରେ ଲାଗିଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହୃତରେ କମ୍ପାନୀକୁ ବହୁ ପରିମାଣରେ ଲାଭ ମିଳୁଛି । ଏହି ଲାଭରେ ମାଇକ୍ରୋସଫ୍ଟ ଏପରି ସଂଖ୍ୟାରେ ପହଁଚିସାରିଲାଣି ଯେଉଁଠାରେ ଅନ୍ୟ କୌଣସି କମ୍ପାନୀ ପହଁଚିନାହାନ୍ତି । ସପ୍ତାହ ଶେଷରେ ମାଇକ୍ରୋସଫ୍ଟର ମାର୍କେଟ କ୍ୟାପ ୩.୧୨୫ ଟ୍ରିଲିୟନ ଡଲାର ହୋଇଯାଇଛି ।

ବ୍ୟାରୋନ୍ସର ଏକ ରିପୋର୍ଟ ମୁତାବକ, ମାଇକ୍ରୋସଫ୍ଟ ସେୟାରରେ ଏହି ବୃଦ୍ଧି ଯୋଗୁଁ ଏହା ଆପଲ ଉପରେ ଅଧିକ ପ୍ରଭାବ ପକାଇଛି । ଶୁକ୍ରବାର ଦିନ ଆପଲର ମାର୍କେଟ କ୍ୟାପ ୨,୯୧୬ ଟ୍ରିଲିୟନରେ ପହଁଚିଥିଲା । ମାର୍କେଟ କ୍ୟାପର ଗତ ରେକର୍ଡ ଆଇଫୋନ ନିର୍ମାତା କମ୍ପାନୀ ଆପେଲର ନାମ ଥିଲା । ୨୦୨୩ ବର୍ଷ ଜୁଲାଇ ମାସରେ ୩.୦୯ ଟ୍ରିଲିୟନ ଡଲାରର ମାର୍କେଟ କ୍ୟାପ ଆପେଲ କରିନେଇଥିଲା । ବ୍ୟାରୋନ୍ସ ରିପୋର୍ଟ ମୁତାବକ ମାଇକ୍ରୋସଫ୍ଟ ଆମେରିକାର ପ୍ରଥମ କମ୍ପନୀ ହୋଇଯାଇଛି । ଯେଉଁଥିରେ ୩.୧ ଟ୍ରିଲିୟନ ଡଲାର ମାର୍କେଟ କ୍ୟାପର ସଂଖ୍ୟା ଛୁଇଁଛି । ମାଇକ୍ରୋସଫ୍ଟର ସେୟାର ଶୁକ୍ରବାର ଦିନ ୪୨୦.୫୫ ଡଲାର ରେଟରେ ବନ୍ଦ ହୋଇଛି ।

ଏଆଇ ସେକ୍ଟରରେ ଓପେନ ଏଆଇ ସହ ମାଇକ୍ରୋସଫ୍ଟର ପାର୍ଟନରସିପ ସହ ଦୁଇଟି କମ୍ପାନୀକୁ ଖୁବ ଫାଇଦା ମିଳୁଛି । ଓପେନ ଏଆଇ ବନାଇଥିବା ଚାଟ ଜିପିଟିର ବ୍ୟବହାର ପାଇଁ ଉତ୍ସାହ ବଢୁଛି । ଏହି କାରଣରୁ ଅଧିକରୁ ଅଧିକ ନିବେଶକ ମାଇକ୍ରୋସଫ୍ଟର ଷ୍ଟକରେ ଟଙ୍କା ଲଗାଉଛନ୍ତି । ଗତ ୧୨ ମାସରେ ମାଇକ୍ରୋସଫ୍ଟର ସେୟାର ପାଖାପଖି ୬୦ ପ୍ରତିଶତ ବଢିଥିଲା ।

Get real time updates directly on you device, subscribe now.