fbpx
BSKY
BJD YOUTH SKY
BJD MS SKY

ଭାରତୀୟ ନୌସେନାର ଐତିହାସିକ ରେକର୍ଡ, INS Vikrant ଉପରେ MiG-29K ର ସଫଳ ଅବତରଣ

ନୂଆଦିଲ୍ଲୀ : ଭାରତୀୟ ନୌସେନା ଆଉ ଏକ ରେକର୍ଡ ସୃଷ୍ଟି କରିଛି । ବିବୃତ୍ତି ଅନୁଯାୟୀ, ନୌସେନା MiG-29K ଭାରତର ସ୍ୱଦେଶୀ ଯୁଦ୍ଧ ଜାହାଜ INS Vikrant ଉପରେ ସଫଳତାର ସହ ଅବତରଣ କରିଛି । ଗତକାଲି ରାତିରେ ଏହି ବଅତରଣ କରିଥିବା ସୂଚନା ମିଳିଛି । ନୌସେନାର ଏହି ସଫଳତା ଆତ୍ମନିର୍ଭରଶୀଳତାର ଏହି ବଡ଼ ପଦକ୍ଷେପ ଭାରତ ଅଗ୍ରଗତିର ଏକ ମାଇଲଖୁଣ୍ଟ ବୋଲି କୁହାଯାଉଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ତେଜସ୍ ବିମାନ INS Vikrant ଉପରେ ସଫଳତାର ସହ ଅବତରଣ କରିଥିଲା । ଏହି ଅବତରଣ ଦିନରେ କରାଯାଇଥିଲା । ଏହା ବ୍ୟତୀତ ୨୮ ମାର୍ଚ୍ଚରେ ଏକ କାମୋଭ ୩୧ ହେଲିକପ୍ଟର ମଧ୍ୟ INS Vikrant ଉପରେ ଅବତରଣ କରିଥିଲା । ଭାରତୀୟ ନୌସେନା ଅଧିକାରୀଙ୍କ ଅନୁଯାୟୀ, ଏହି ପରୀକ୍ଷଣ ସମୟରେ ସ୍ୱଦେଶୀ ଆଲୋକୀକରଣ ସାମଗ୍ରୀ ଏବଂ ଜାହାଜ ଚାଳିତ ପ୍ରଣାଳୀ ବ୍ୟବହୃତ ହୋଇଥିଲା ଯାହା ସମ୍ପୂର୍ଣ୍ଣ ସଫଳ ବୋଲି ପ୍ରମାଣିତ ହୋଇଥିଲା ।

ଜାଣ- ବିକ୍ରାନ୍ତଙ୍କର ବିଶେଷତା କ’ଣ?

୧. କୋଚିନ୍ ସିପିୟାର୍ଡରେ ନିର୍ମିତ INS Vikrant ର ଲମ୍ବ ୨୬୨ ମିଟର । ଏହାର ମୋଟେଇ ପ୍ରାୟ ୬୨ ମିଟର । ଏହାର ଉଚ୍ଚତା ୫୯ ମିଟର ଏବଂ ଏହାର ବିମ୍ ୬୨ ମିଟର । ଯୁଦ୍ଧ ଜାହାଜରେ ୧୭୦୦ ରୁ ଅଧିକ କ୍ରୁ ରହିବା ପାଇଁ ୧୪ ଟି ଡେକ୍ ଏବଂ ୨୩୦୦ କମ୍ପାର୍ଟମେଣ୍ଟ ଅଛି । ସେଥିରେ ମହିଳା ଅଧିକାରୀଙ୍କ ପାଇଁ ଅଲଗା କ୍ୟାବିନ ତିଆରି କରାଯାଇଛି । ଏହା ବ୍ୟତୀତ, ଏଥିରେ ଆଇସିୟୁରୁ ସମସ୍ତ ଚିକିତ୍ସା ସମ୍ବନ୍ଧୀୟ ସେବା ଏବଂ ବୈଜ୍ଞାନିକ ଲାବୋରେଟୋରୀ ମଧ୍ୟ ଅଛି । INS Vikrant ର ଓଜନ ପ୍ରାୟ ୪୦ ହଜାର ଟନ୍‌, ଯାହା ଏହାକୁ ଅନ୍ୟ ବିମାନ ତୁଳନାରେ ବଡ ।

୨. INS Vikrant ର ପ୍ରକୃତ ଶକ୍ତି ସମୁଦ୍ରରେ ବାହାରିଥାଏ, ଯେଉଁଠାରେ ଏହାର ସର୍ବାଧିକ ଗତି ୨୮ ନଟ୍ ପର୍ଯ୍ୟନ୍ତ । ଘଣ୍ଟା ପ୍ରତି ପ୍ରାୟ ୫୧ କିଲୋମିଟର । ଏହାର ସାଧାରଣ ଗତି ୧୮ ନଟ୍ ପର୍ଯ୍ୟନ୍ତ ଯଥା ୩୩ କିଲୋମିଟର । ଏହି ବିମାନ ବାହକ ୭୫୦୦ ନାଟିକାଲ୍ ମାଇଲ୍ ଦୂରତା ଯଥା ୧୩,୦୦୦ ରୁ ଅଧିକ କିଲୋମିଟର ଦୂର ଯାତ୍ରା କରିପାରିବ ।

୩. ଏହି ବିମାନ ପରିବହନକାରୀଙ୍କର ବିମାନ ଏବଂ ଏଥିରେ ଥିବା ଅସ୍ତ୍ରଶସ୍ତ୍ର ପରିବହନ କରିବାର କ୍ଷମତା ଏହାକୁ ଦୁନିଆର ସବୁଠାରୁ ବିପଜ୍ଜନକ ଜାହାଜ ମଧ୍ୟରୁ ଗୋଟିଏ ବୋଲି କୁହାଯାଏ । ନୌସେନା ଅନୁଯାୟୀ ଏହି ଯୁଦ୍ଧ ଜାହାଜ ଏକ ସମୟରେ ୩୦ ଟି ବିମାନ ନେଇପାରେ । ଏଥିମଧ୍ୟରେ MiG-29K ଯୁଦ୍ଧ ବିମାନ ଏବଂ କାମୋଭ -୩୧ ପ୍ରାରମ୍ଭିକ ଚେତାବନୀ ହେଲିକପ୍ଟର, MH-60R Seahawk ମଲ୍ଟିରୋଲ ହେଲିକପ୍ଟର ଏବଂ HAL ଦ୍ୱାରା ନିର୍ମିତ ଆଡଭାନ୍ସଡ ଲାଇଟ୍ ହେଲିକପ୍ଟର ଅନ୍ତର୍ଭୁକ୍ତ ।

Get real time updates directly on you device, subscribe now.