fbpx

ମଝି ସମୁଦ୍ରରେ ବୁଡ଼ିଗଲା ପ୍ରବାସୀଙ୍କୁ ଧରି ଆସୁଥିବା ଜାହାଜ, ୪୫ ଜଣ ଫେରୁଥିଲେ

ଇସ୍ତାନବୁଲ୍ : ତୁର୍କିରେ ପ୍ରବାସୀଙ୍କୁ ଧରି ଫେରୁଥିବା ଜାହାଜ ବୁଡ଼ିଯାଇଥିବା ଖବର ସାମନାକୁ ଆସିଛି । ଏହି ଜାହାଜରେ ୪୫ ଜଣ ରହିଥିବା ଜଣାପଡ଼ିଛି । ସମସ୍ତେ ବର୍ତ୍ତମାନ ନିଖୋଜ ଅଛନ୍ତି । ତୁର୍କି ସେନାଙ୍କର ଜାହାଜ ଓ ଏୟାରକ୍ରାଫ୍ଟ, ଜାହାଜ ଏବଂ ନିଖୋଜ୍ ହୋଇଯାଇଥିବା ପ୍ରବାସୀଙ୍କୁ ଖୋଜିବା ନେଇ ଅପରେସନ୍ ଜାରି ରଖିଛନ୍ତି । ଏନେଇ ତୁର୍କିର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଗୁରୁବାର ସନ୍ଧ୍ୟାରେ ପ୍ରବାସୀଙ୍କ ଡଙ୍ଗା ବୁଡ଼ିଯିବା ସମ୍ପର୍କରେ ସୂଚନା ଆସି ପହଞ୍ଚିଥିଲା । ଏହି ଘଟଣା ତୁର୍କି ସହର କାସ୍ ଠାରୁ ୨୫୬ କିମି ଦୂର ଦକ୍ଷିଣ ପଶ୍ଚିମରେ ହୋଇଛି ।

ଖବର ପାଇବା ମାତ୍ରେ, ତୁର୍କି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ନିଖୋଜ୍ ପ୍ରବାସୀଙ୍କୁ ଖୋଜିବା ଅଭିଯାନ ଆରମ୍ଭ କରାଯାଇଛି । ଏହା ବ୍ୟତୀତ ପ୍ଲେନ୍ ମଧ୍ୟ ମୁତୟନ କରାଯାଇଛି । କିନ୍ତୁ ପାଣିପାଗ ଖରାପ ଥିବାରୁ ସର୍ଚ୍ଚ ଅଭିଯାନ ଧିମା ଚାଲିଛି ।

Get real time updates directly on you device, subscribe now.