fbpx

କ୍ରିକେଟ୍ ଦୁନିଆରେ ଶୋକ! ଦୁନିଆକୁ ଅଲବିଦା କହିଲେ ଏହି କିମ୍ବଦନ୍ତୀ କ୍ରିକେଟର, ସର୍ଜରୀ ପରେ କାର୍ଡିଆକ ଆରେଷ୍ଟ

ନୂଆଦିଲ୍ଲୀ: କ୍ରିକେଟ୍ ଜଗତର ଜଣେ କିମ୍ବଦନ୍ତୀ ଖେଳାଳି ଦୁନିଆକୁ ଅଲବିଦା କହିଛନ୍ତି । କାଡିୟକ ଆରେଷ୍ଟ ଯୋଗୁଁ ଏହି ଖେଳାଳିଙ୍କର ମୃତ୍ୟୁ ଘଟିଛି । ତାଙ୍କ ମୃତ୍ୟୁ ଖବର ଆସିବା ମାତ୍ରେ କ୍ରିକେଟ୍ ଜଗତରେ ଶୋକର ଲହରୀ ଖେଳିଯାଇଛି । ଏହି ଖେଳାଳି ୨୦୦୨ ରୁ ୨୦୦୮ ମଧ୍ୟରେ ଆଇସିସି ମ୍ୟାଚ୍ ରେଫରି ଭାବରେ କାର୍ଯ୍ୟ କରିଥିଲେ । ଏହାପୂର୍ବରୁ ଏହି ଖେଳାଳି ଦକ୍ଷିଣ ଆଫ୍ରିକା ଦଳର ହେଡ କୋଚ୍ ମଧ୍ୟ ହୋଇଥିଲେ ।

ଏହି କିମ୍ବଦନ୍ତୀ କ୍ରିକେଟରଙ୍କ ଦେହାନ୍ତ :-
ଦକ୍ଷିଣ ଆଫ୍ରିକାର ଅନ୍ୟତମ ମହାନ ଅଲରାଉଣ୍ଡର ମାଇକ ପ୍ରକ୍ଟରଙ୍କ ୭୭ ବର୍ଷ ବୟସରେ ଦେହାନ୍ତ ହୋଇଛି । ମାଇକ ପ୍ରକ୍ଟର ଦକ୍ଷିଣ ଆଫ୍ରିକାର ଡର୍ବାନରେ ଥିବା ତାଙ୍କ ଘର ନିକଟସ୍ଥ ଏକ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଶନିବାର ବିଳମ୍ବିତ ରାତିରେ ଦକ୍ଷିଣ ଆଫ୍ରିକା ଗଣମାଧ୍ୟମକୁ ପ୍ରକ୍ଟରଙ୍କ ପତ୍ନୀ ମାରିନା ଏହି ଖବର ନିଶ୍ଚିତ କରିଛନ୍ତି । ପ୍ରକ୍ଟରଙ୍କ ପତ୍ନୀ କହିଥିଲେ ଯେ, ତାଙ୍କୁ ଏକ ଅସ୍ତ୍ରୋପଚାର କରାଯାଇଛି, ଯେଉଁଥିପାଇଁ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ଏହି କାରଣରୁ ସେ କାର୍ଡିଆକ ଆରେଷ୍ଟର ଶିକାର ହୋଇଥିଲେ ।

ମାଇକ୍ ପ୍ରକ୍ଟରଙ୍କ କ୍ରିକେଟ୍ କ୍ୟାରିଅର୍ :-
୧୯୭୦ ଏବଂ ୧୯୮୦ ଦଶକରେ ଦକ୍ଷିଣ ଆଫ୍ରିକାର କ୍ରୀଡା ବିଚ୍ଛିନ୍ନତା ହେତୁ ପ୍ରକ୍ଟରଙ୍କ ଆନ୍ତର୍ଜାତୀୟ କ୍ୟାରିଅର୍ କମ୍ ହୋଇଯାଇଥିଲା । ସେ ଦକ୍ଷିଣ ଆଫ୍ରିକା ପାଇଁ ମାତ୍ର ୭ ଟି ମ୍ୟାଚ୍ ଖେଳିଥିଲେ, ଯାହାକି ୧୯୬୬–୬୭ ଏବଂ ୧୯୬୯ ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିଲା । ଏହି ଅବଧିରେ ସେ ହାରାହାରି ୧୫.୦୨ ରେ ୪୧ ୱିକେଟ୍ ନେଇଥିଲେ । ସେ ଦକ୍ଷିଣ ଆଫ୍ରିକାକୁ ତାଙ୍କର ସାତ ଟେଷ୍ଟ ମ୍ୟାଚ ମଧ୍ୟରୁ ୬ ଟି ଜିତିବାରେ ସାହାଯ୍ୟ କରିଥିବାବେଳେ ଗୋଟିଏ ମ୍ୟାଚ୍ ଡ୍ର ରହିଥିଲା ।

Get real time updates directly on you device, subscribe now.