ପାଠପଢ଼ା ଚାଲିଥିବା ବେଳେ ସ୍କୁଲ ଉପରେ ଖସି ପଡ଼ିଲା ବିମାନ, ହୁତୁହୁତୁ ହୋଇ ଜଳୁଛି ଏରିଆ, ଅନେକଙ୍କ ମୃତ୍ୟୁ ଆଶଙ୍କା
ପୁଣି ଏକ ବଡ଼ ବିମାନ ଦୁର୍ଘଟଣା।
ବାଂଲାଦେଶ: ପୁଣି ବିମାନ ଦୁର୍ଘଟଣା। ବାଂଲାଦେଶ ଢାକାରେ ବଡ଼ ଦୁର୍ଘଟଣା। ସ୍କୁଲ ଚାଲିଥିବା ବେଳେ ସ୍କୁଲ ଉପରେ ଖସି ପଡ଼ିଲା ବିମାନ। ଦୁର୍ଘଟଣାରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା। ବିମାନଟି ବାଂଲାଦେଶର ବାୟୁସେନାର ବୋଲି ଜଣାପଡିଛି।
ଟ୍ରେନିଂ ସମୟରେ ଢାକାର ଏକ ସ୍କୁଲରେ ଦୁର୍ଘଟଣାଗ୍ରସ୍ତ ହୋଇଛି ବିମାନ। ଆଜି ଅପରାହ୍ନରେ ଢାକାରେ ବାଂଲାଦେଶ ବାୟୁସେନାର ଏକ F7 ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।
ଏହି ଦୁର୍ଘଟଣା ବାଂଲାଦେଶର ଉତ୍ତରା ଅଞ୍ଚଳରେ ଘଟିଛି। ଏହି ଦୁର୍ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମଧ୍ୟ ଆସୁଛି। ବର୍ତ୍ତମାନ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁଁ ଏଥିରେ ନିଆଁ ଲାଗିଛି।
ଯାହାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯାଉଛି। ହଜରତ ଶାହଜଲାଲ ଅନ୍ତର୍ଜାତୀୟ ବିମାନବନ୍ଦରର ଜଣେ ବରିଷ୍ଠ ଅଧିକାରୀ ଏହି ଘଟଣାକୁ ନିଶ୍ଚିତ କରିଛନ୍ତି। ତଥାପି ମୃତାହତଙ୍କ ବିଷୟରେ ସ୍ପଷ୍ଟ ସୂଚନା ଏପର୍ଯ୍ୟନ୍ତ ଦିଆଯାଇ ନାହିଁ।