fbpx

୨୦୨୨ରେ ଅର୍ଥନୀତିକୁ ବଡ଼ ଝଟକା: ବିଶ୍ୱ ବଜାରରୁ ଧୋଇଗଲା ୧,୧୫,୭୯,୪୭,୦୦,୦୦,୦୦,୦୦୦ ଟଙ୍କା

Advertisement

ନୂଆଦିଲ୍ଲୀ: ବିଶ୍ୱ ବଜାରର ଆର୍ଥିକ ମୋର୍ଚ୍ଚାରେ ୨୦୨୨ ବର୍ଷ ସାଧାରଣ ନିମ୍ନମୁଖୀ ରହିଛି । କରୋନା ମହାମରୀର ପ୍ରଭାବ ଏବଂ ଋଷର ୟୁକ୍ରେନ୍ ଉପରେ ଆକ୍ରମଣ ପରେ ୨୦୨୧ ପରି ୨୦୨୨ରେ ମଧ୍ୟ ଅନେକ ଦେଶର ଅର୍ଥନୀତି ଗୁରୁତ୍ତର ଭାବେ ପ୍ରଭାବିତ ହୋଇଛି । ଅନେକ ଦେଶରେ ବର୍ତ୍ତମାନ ସମୟରେ ସାମାନ୍ୟ ଆର୍ଥିକ ସଙ୍କଟ ଦେଖା ଦେଇଛି ।

ଏହି ସମୟରେ ବିଶ୍ୱ ବଜାରରେ ଇକ୍ୱିଟି ୧୪ ଟ୍ରିଲିୟନ ଡଲାର ହ୍ରାସ ପାଇଛି ଏବଂ ୨୦୨୧ ପରେ ଲଗାତାର ଦ୍ୱିତୀୟ ଖରାପ ବର୍ଷ ଭାବେ ପରିଗଣିତ ହେବାକୁ ଯାଉଛି । ତେବେ ଏହି ଧନ ରାଶିକୁ ଭାରତୀୟ ଟଙ୍କାକୁ ରୂପାନ୍ତରିତ କଲେ ଏହି ସଂଖ୍ୟା ୧,୧୫,୭୯,୪୭,୦୦,୦୦,୦୦,୦୦୦ (ଓପନ୍ ସୋର୍ସ କାଲକୁଲେଟର) ରେ ରହିଛି । ଏହାକୁ ଯାହା ସାଧାରଣ ଲୋକଙ୍କ ପକ୍ଷେ ଗଣିବା ମଧ୍ୟ ଏକ କଷ୍ଟକର ବ୍ୟାପାର । କରୋନା ମହାମାରୀରୁ ବାହାରି ଆସୁଥିବା ବିଶ୍ୱ ବଜାରକୁ ଫେବୃଆରୀ ମାସରେ ଋଷ-ୟୁକ୍ରେନ୍ ଯୁଦ୍ଧ କବଳିତ କରି ନେଇଥିଲା।

ରଏଟର୍ସ ରିପୋର୍ଟ ଅନୁଯାୟୀ ବିଶ୍ୱରେ ଏଭଳି ଅଶାନ୍ତ ସମୟରେ ଆମେରିକାର ଟ୍ରେଜେରୀ ଏବଂ ଜର୍ମାନ ବଣ୍ଡ ଯଥାକ୍ରମେ ୧୬% ଏବଂ ୨୪% ହ୍ରାସ ପାଇଛି । ବିପିଏନ୍ ୬୦ ପ୍ରତିଶତ ହ୍ରାସ ପାଇଥିବାବେଳେ କ୍ରିପ୍ଟୋ ମାର୍କେଟରେ ମଧ୍ୟ ସମାନ ପ୍ରଭାବ ପଡିଥିଲା ଏବଂ ଏଫଟିଏକ୍ସ ସାମ୍ରାଜ୍ୟର ପତନ ସହିତ ବୃହତ କ୍ରିପ୍ଟୋ ବଜାର ୧.୪ ଟ୍ରିଲିୟନ୍ ଡଲାର (୧,୧୫,୭୯,୪୭,୦୦,୦୦,୦୦,୦୦) ହ୍ରାସ ପାଇଛି ।

ତେବେ ବିଶ୍ୱ ବଜାରରେ ବର୍ତ୍ତମାନ କରୋନା ଏବଂ ଋଷ-ୟୁକ୍ରେନ୍ ଯୁଦ୍ଧର ପ୍ରଭାବ ଗଭୀର ଭାବେ ପଡ଼ିଥିବା ବେଳେ ଭାରତୀୟ ବଜାରରେ ଏହାର ପ୍ରଭାବ କମ୍ ରହିଥିବା ନିକଟରେ ବିଶ୍ୱ ବ୍ୟାଙ୍କ ଏହାର ଏକ ରିପୋର୍ଟରେ କହିଛି । ଡିସେମ୍ବର ୫ ତାରିଖରେ ପ୍ରକାଶତ ଏକ ରିପୋର୍ଟରେ ଦର୍ଶାଇଛି ଯେ, ଅନ୍ୟ ଉଦୀୟମାନ ବଜାର ତୁଳନାରେ ଭାରତର ଅର୍ଥନୀତି ବିଶ୍ୱର ବଜାରରେ ମାନ୍ଦାବସ୍ଥା ମଧ୍ୟରେ ଭାରତ ଅପେକ୍ଷାକୃତ ଭଲ ସ୍ଥାନରେ ରହିଛି । ଏହି ରିପୋର୍ଟ ଅନୁଯାୟୀ ଭାରତରେ ଏହି ସମୟରେ ବିଦେଶି ପୁଞ୍ଜୀ ନିବେଶ ବୃଦ୍ଧି ପାଇଥିବା ବେଳେ ନିଫ୍ଟି ଏବଂ ସେନସେକ୍ସ ସର୍ବକାଳିନ ଶିଖରରେ ରହି ନୂଆ ବେଞ୍ଚମାର୍କ ସ୍ଥାପନ କରିଛନ୍ତି ।

Get real time updates directly on you device, subscribe now.