ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଇଁ ସବୁ ବ୍ୟସ୍ତ, ଅଜିତ ଖେଲା ପାଇଁ ପ୍ରସ୍ତୁତ

ନୂଆଦିଲ୍ଲୀ- ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଲାଗି ରହିଥିବା ସସ୍ପେନ୍ସ ସରିଛି । ଦେବେନ୍ଦ୍ର ଫଡନବିସ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଏହାରୁ ଭିତରେ ମୁଖ୍ୟ ଏନସିପିକୁ ଖାଲି କରିବାକୁ ଅଜିତ ପାୱାର ଗୋଟି ଚଳାଉଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଅଜିତଙ୍କ ସହ ସମ୍ପର୍କରେ ମଧ୍ୟ ରହିଛନ୍ତି ଏନସିପିର ବହୁ ସାଂସଦ ବୋଲି କୁହାଯାଉଛି ।

ଅଜିତଙ୍କ ଗୋଷ୍ଠୀ କାକା ସରଦ ପାୱାରଙ୍କ ଗୋଷ୍ଠୀର ସାଂସଦଙ୍କୁ ନିଜ ଗୋଷ୍ଠୀରେ ସାମିଲ କରିବା ପ୍ରୟାସ ଆରମ୍ବ କରିଦେଇଥିବା ବିଶେଷ ସୂତ୍ରରୁ ଜଣାପଡିଛି । ଅଜିତଙ୍କ ଜଣେ ଖାସ ବରିଷ୍ଠ ମହିଳା ନେତ୍ରୀ ସରଦଙ୍କ ସାଂସଦଙ୍କ ସହ ସମ୍ପର୍କ ସ୍ଥାପନର ଭାର ନେଇଛନ୍ତି । ଖୁବ ଶୀଘ୍ର ଏହି ନେତ୍ରୀ ସରଦଙ୍କ ଗଡର ବହୁ ସାଂସଦଙ୍କୁ ଅଜିତଙ୍କ ଗଡରେ ସାମିଲ କରେଇବେ ।

ସେପଟେ ନିକଟରେ ଅଜିତ ଦିଲ୍ଲୀ ଗସ୍ତ କରିବା ପରଠାରୁ ଏହି ଚର୍ଚ୍ଚା ଆହୁରି ବେଗ ଧାରଣ କରିଛି କି, ସରଦଙ୍କ ପ୍ରଭାବ କମ କରିବାକୁ ଅଜିତ ରଣନୀତି ପ୍ରସ୍ତୁତ କରୁଛନ୍ତି । ତାଙ୍କ ବିଧାୟକ ଅମୋଲ ମିଟକରୀ ମଧ୍ୟ ଏକ ଟ୍ୱିଟ ଜରିଆରେ ପରୋକ୍ଷରେ ସମର୍ଥନ କରିଛନ୍ତି । ମିଟକରୀ ଲେଖଥିଲେ, ରୋହିତ ପାଓା୍ୱର ଏବେ ସିଧା ଟାର୍ଗେଟରେ ।

ଏଠାରେ କହି ରଖୁଛୁ କି, ଆଜି ସନ୍ଧ୍ୟାରେ ଆଜାଦ ମୈଦାନରେ ନୂଆସରକାର ଶପଥ ନେବ । ଦେବେନ୍ଦ୍ର ପଡନବିସ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କରିବେ । ତାଙ୍କ ସହ ଅଜିତ ପାୱାର ଓ ଏକନାଥ ସିନ୍ଦେ ଶପଥ ନେବେ ବୋଲି ଚର୍ଚ୍ଚା ହେଉଛି ।