fbpx

ପରୀ ମୃତ୍ୟୁ ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଲେ?

ନୟାଗଡ,୨୩ ।୧୨(ଓଡିଶା ଭାସ୍କର): ନୟାଗଡ ଯଦୁପୁର ‘ପରୀ’ ମୃତ୍ୟୁ ମାମଲାରେ ମନ୍ତ୍ରୀ ଅରୁଣ ସାହୁ ଆଜି ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ‘ ଭଗବାନ୍ ଓ ଓ ସମସ୍ତଙ୍କ ପାଖରେ ପ୍ରାର୍ଥନା କରୁଛି ଯେ ପୀଡିତା ନ୍ୟାୟ ପାଉ । ପୀଡିତା ନ୍ୟାୟ ପାଇବା ସହ ସତ୍ୟ ଉନ୍ମୋଚିତ ହେଉ ।’

ତେବେ ଗତ ଜୁଲାଇ ୧୪ ତାରିଖରେ ‘ପରୀ’ ନିଖୋଜ ହୋଇଥିଲା । ଜୁଲାଇ ୨୩ରେ ‘ପରୀ’ର ମୃତଦେହ ମିଳିଥିଲା । ଏହି ମାମଲାରେ ଅଭିଯୁକ୍ତ ସରୋଜ ସେଠୀକୁ ଗିରଫ କରାଯାଇଛି ବୋଲି କହିଛନ୍ତି ଏସଆଇଟିର ମୁଖ୍ୟ ଅରୁଣ ବୋଥ୍ରା ।

Get real time updates directly on you device, subscribe now.