fbpx

ମମିତା ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବଡ଼ ବୟାନ, କହିଲେ ଏପରି

କଳାହାଣ୍ଡି(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ରାଜନୀତି ତୀବ୍ର ହେବାରେ ଲାଗିଛି । ଘଟଣାକୁ ନେଇ ବିଜେଡ଼ିକୁ ଟାର୍ଗେଟ କରୁଛନ୍ତି ବିଜେପି ଓ କଂଗ୍ରେସ ନେତା । ମମିତା ହତ୍ୟା ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଥିବା ଅଭିଯୋଗ ହେଉଛି । ଏହି ପ୍ରସଙ୍ଗରେ ତାଙ୍କର କୌଣସିଚ ସଂପୃକ୍ତି ନଥିବା ଆଜି କହିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର । ଏହା ସହ ମୋ ଦ୍ୱାରା କୌଣସି ବେଆଇନ କାର୍ଯ୍ୟ ହେବନି ବୋଲି ମନ୍ତ୍ରୀ କହିଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ, ‘ମୁଁ ଭାରତୀୟ ବାୟୁସେନାର ଜଣେ ପାଇଲଟ, ଦେଶପାଇଁ ଲଢ଼ିଛି । ମୋ ଦ୍ୱାରା କୌଣସି ଘୃଣ୍ୟ, ବେଆଇନ୍ କାମ ହୋଇପାରିବ ନାହିଁ । ଘଟଣା ଘଟିଛି ସନସାଇନ୍ ସ୍କୁଲରେ, ଯେଉଁଠାକୁ ମୁଁ କେବେ ଯାଇନି । ସ୍ଥାନୀୟ ବିଧାୟକ ଭାବେ ମୁଁ ମହିଲିଙ୍ଗ କଲେଜ ଜିବିର ସଭାପତି । ସନସାଇନ୍ ସ୍କୁଲ ମାଲିକ ଉକ୍ତ ଗଭର୍ଣ୍ଣିଂ ବଡିର ଜଣେ ସଦସ୍ୟ । ଏହାକୁ ଯୋଡି ରାଜନୈତିକ ଷଡ଼ଯନ୍ତ୍ର କରାଯିବା ଅତି ଦୁର୍ଭାଗ୍ୟଜନକ । ମୁଁ ନିର୍ଦ୍ଦୋଷ, ମୋତେ ଦଣ୍ଡଦେବାକୁ ଚାଲିଥିବା ପ୍ରୟାସ କେବେ ସଫଳ ହେବନି । ମମିତା ହତ୍ୟା ଜଘନ୍ୟ କାଣ୍ଡ, ଯିଏ ବି ଦୋଷୀ ସିଏ ଦଣ୍ଡିତ ହେବ ।’

Get real time updates directly on you device, subscribe now.