CHARIDHAM

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ; ସରିଲା ନାର୍କୋ ଟେଷ୍ଟ , ଅଚେତ ଅବସ୍ଥାରେ ଗୋପାଳ

ଭୁବନେଶ୍ୱର : ସ୍ୱର୍ଗତ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସର ନାର୍କୋ ଟେଷ୍ଟ ଶେଷ ହୋଇଛି । ନାର୍କୋ ଟେଷ୍ଟ ବେଳେ ସେ ଅନେକ ପ୍ରଶ୍ନର ସାମ୍ନା କରିଛି ଅଭିଯୁକ୍ତ ଗୋପାଳ । ନାର୍କୋ ଟେଷ୍ଟ ପରେ ଗୋପଳ ଅଚତ ଅବସ୍ଥାରେ ରହିଛି । ଚେତା ଫେରିବାକୁ ଆହୁରି କିଛି ସମୟ ଲାଗିପାରେ । ସେପର୍ଯ୍ୟନ୍ତ ଗୋପାଳକୁ ପୋଲିସ ନୀରକ୍ଷଣରେ ରଖାଯିବ । ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି । ଗୁଜୁରାଟର ଗାନ୍ଧି ନଗର ଲ୍ୟାବରେ ଗୋପାଳର ନାର୍କୋ ଟେଷ୍ଟ ହୋଇଛି । ନାର୍କୋ ପୂର୍ବରୁ ଗୋପାଳକୁ ପଲିଗ୍ରାଫ୍ ଟେଷ୍ଟ କରାଯାଇଥିଲା ।

ସୂଚନାଯୋଗ୍ୟ, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଗତମାସ ୨୯ ତାରିଖ ଦିନ ପ୍ରାୟ ସାଢ଼େ ୧୨ଟାରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଠାରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇ ବେଳେ ସେ ମଂଚାସୀନ ହେବା ପୂର୍ବରୁ ତାଙ୍କୁ ବ୍ରଜରାଜନଗର ଗାନ୍ଧିଛକ ଫାଣ୍ଡି ପୁଲିସ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସ ଗୁଳି କରିଥିଲେ। ନବ ଦାସଙ୍କ ଛାତିରେ ଗୁଳି ବାଜିଥିବାରୁ ସେ ଘଟଣାସ୍ଥଳରେ ହିଁ ତଳେ ପଡ଼ିଯାଇଥିଲେ। ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବରକୁ ଏୟାରଲିଫ୍ଟ କରାଯାଇଥିଲା। ଭୁବନେଶ୍ବରସ୍ଥିତ ଆପଲୋ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା। ଘଟଣାସ୍ଥଳରୁ ହିଁ ଅଭିଯୁକ୍ତ ଏଏଏସ୍‌ଆଇ ଗୋପାଳକୃଷ୍ଣଙ୍କୁ ପୁଲିସ ଗିରଫ କରିଥିଲା। ଫେବୃଆରୀ ୭ରେ ପୁଲିସ ଗୋପାଳକୁ ଘଟଣାସ୍ଥଳକୁ ନେଇ କ୍ରାଇମବ୍ରାଞ୍ଚ ଉପସ୍ଥିତିରେ ସିନ୍ ରିକ୍ରିଏସନ୍ କରିଥିଲା । ସେଠାରେ ଗୋପାଳ ହତ୍ୟାକାଣ୍ଡର ପୁୂରା କାହାଣୀ ବତାଇଥିଲା ।

ପରେ ଉଭୟ କୋର୍ଟ ଓ ଅଭିଯୁକ୍ତଙ୍କ ଅନୁମତି କ୍ରମେ ନାର୍କୋ ଟେଷ୍ଟ ତାଙ୍କୁ ଗୁଜୁରାଟକୁ ନିଆଯାଇଥିଲା । ଗୁଜୁରାଟକୁ ନିଆଯିବ ଦିନ ଅଭିଯୁକ୍ତ ଗୋପାଳ ଖୁବ୍ ଜୋରରେ ହସୁଥିବା ଦେଖିବାକୁ ମିଳିଥିଲା । କ’ଣ ପାଇଁ ଗୋପାଳ ଏମିତି ହସୁଥିଲା ତାହା କେବଳ ତାଙ୍କୁ ହିଁ ଜଣା । ତେବେ ଆଜି ଟେଷ୍ଟ ଶେଷ ହୋଇଛି । ହେଲେ ଗୋପାଳ କେତେ ସତ କହିଛି ତାହା ପୁଲିସ ଓ କ୍ରାଇମବ୍ରାଞ୍ଚ ଅଧିକାରୀ ଜାଣିଥିବେ ।