fbpx

(Video)ଓଃ କି କଷ୍ଟ! ମନ୍ତ୍ରୀଙ୍କ ଦେହରେ ଲାଗିଗଲା ବିଛୁଆତି, ଏହାପରେ ମନ୍ତ୍ରୀ ଯାହା କରିଲେ; ସୋସିଆଲ ମିଡିଆରେ ହେଉଛି ଭାଇରଲ

ନୂଆଦିଲ୍ଲୀ: ବର୍ତ୍ତମାନ ମଧ୍ୟପ୍ରଦେଶର ବିଧାନସଭା ନିର୍ବାଚନମଣ୍ଡଳୀରେ ବିକାଶ ଯାତ୍ରା ଆୟୋଜନ କରାଯାଇଛି । ବିକାଶ ଯାତ୍ରାରେ ସମ୍ପୃକ୍ତ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକମାନେ ବିଭିନ୍ନ କାର୍ଯ୍ୟରେ ଅଂଶ ଗ୍ରହଣ କରୁଛନ୍ତି । ଏହି କାର୍ଯ୍ୟକ୍ରମ ସମୟରେ ମନ୍ତ୍ରୀ ବ୍ରିଜେନ୍ଦ୍ର ସିଂ ଯାଦବଙ୍କ ସହ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ପହଞ୍ଚିବା ପରେ ହଠାତ୍ କିଛି ଏପରି ହେଲା ଯାହା ପାଇଁ ତାଙ୍କୁ ତାଙ୍କର ଡ୍ରେସ ଓଲ୍ହେଇବାକୁ ପଡିଥିଲା। ମନ୍ତ୍ରୀଙ୍କ ଶରୀରରେ ହଠାତ କୁଣ୍ଡେଇ ହେବା ଆରମ୍ଭ ହେଲା । ଯେତେବେଳେ ଏହା ଅସହ୍ୟ ହେଲା, ମନ୍ତ୍ରୀ ଯାଦବ ହଠାତ୍ ମଞ୍ଚ ଉପରେ ଜୋରରେଶରୀର କୁଣ୍ଡେଇ ହେବା ଆରମ୍ଭ ହେଲା। ଏହା ପରେ ସେ ନିଜ ପୋଷାକ କାଡ଼ି ଶରୀରକୁ ପାଣିରେ ଧୋଇଲେ।

ବର୍ତ୍ତମାନ ମନ୍ତ୍ରୀଙ୍କ କୁଣ୍ଡେଇ ହେବାର ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ସୂଚନାମୁତାବକ ମଧ୍ୟପ୍ରଦେଶ ସରକାରଙ୍କ ରାଜ୍ୟ ମନ୍ତ୍ରୀ ବ୍ରିଜେନ୍ଦ୍ର ସିଂ ଯାଦବ ବିକାଶ ଯାତ୍ରରେ ତାଙ୍କ ନିର୍ବାଚନମଣ୍ଡଳୀ ମୁଙ୍ଗୱାଲୀ ପରିଦର୍ଶନ କରିଥିଲେ। ବୁଧବାର ବିଳମ୍ବିତ ସନ୍ଧ୍ୟାରେ ଯେତେବେଳେ ସେ ତାଙ୍କ ବିଧାନସଭା ନିର୍ବାଚନମଣ୍ଡଳୀ ଦେବରାଜୀ ଗ୍ରାମରେ ପହଞ୍ଚିଥିଲେ, ସେତେବେଳେ କେହି ଜଣେ ବିଛୁଆତି ଲଗାଇ ଦେଇଥିଲେ। ଏହି କାରଣରୁ ମନ୍ତ୍ରୀଙ୍କ ହାତ ସମେତ ଶରୀରର ବିଭିନ୍ନ ସ୍ଥାନରେ କୁଣ୍ଡେଇ ହେବ ଆରମ୍ଭ ହୋଇଥିଲା।

ଯେତେବେଳେ ତୀବ୍ରତା ସହିତ କୁଣ୍ଡେଇ ଆରମ୍ଭ ହେଲା, ଆଖପାଖର ଲୋକମାନେ ତୁରନ୍ତ ମନ୍ତ୍ରୀଙ୍କ ହାତକୁ ଏବଂ ଶରୀରକୁ ପାଣିରେ ଧୋଇଲେ। କୁହାଯାଉଛି ଯେ କାର୍ଯ୍ୟକ୍ରମ ସମୟରେ କିଛି କର୍ମୀ ମନ୍ତ୍ରୀ ବ୍ରିଜେନ୍ଦ୍ର ସିଂ ଯାଦବଙ୍କ ସହ ଏପରି କାର୍ଯ୍ୟ କରିଥିଲେ। ବର୍ତ୍ତମାନ ଜାଣିବା ପାଇଁ ପୋଲିସ ଓ ଦଳର ଲୋକମାନେ ତଥ୍ୟ ସଂଗ୍ରହ କରୁଛନ୍ତି ଯେ ରାଜ୍ୟ ମନ୍ତ୍ରୀଙ୍କ ସହ କିଏ ଏହି ପ୍ରକାର କାର୍ଯ୍ୟ କରିଛି ।

Get real time updates directly on you device, subscribe now.