fbpx
BSKY SKY
BSKY SKY

ଧନେଶ୍ୱର ବେହେରା ମୃତ୍ୟୁ ମାମଲା : ଗିରଫ ବନ ବିଭାଗ କର୍ମଚାରୀ ନିଲମ୍ବିତ

BSKY

ଭୁବନେଶ୍ୱର : ଧନେଶ୍ୱର ବେହେରା ମୃତ୍ୟୁ ମାମଲାରେ ଗିରଫ ହୋଇଥିବା ୬ ଜଣ ବନ ବିଭାଗ କର୍ମଚାରୀଙ୍କୁ ଆଜି ନିଲମ୍ବିତ ନିର୍ଦ୍ଦେଶ ଦିଆଯାଇଛି । ରେଞ୍ଜର ବ୍ୟତୀତ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ନିଲମ୍ବନ ହେବେ ବୋଲି  ଜଣାପଡିଛି । ରେଞ୍ଜର ନିଲମ୍ବନ ନିର୍ଦ୍ଦେଶ ପାଇଁ ଡିଏଫଓ ବନବିଭାଗ ମୁଖ୍ୟାଳୟକୁ ସୁପାରିଶ କରିବେ ବୋଲି ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍) ଦେବୀଦତ୍ତ ବିଶ୍ୱାଳ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ହାତୀ ଶିକାର କରିବା ଓ ଦାନ୍ତ କାଟିବା ଅଭିଯୋଗରେ କଟକ ଜିଲ୍ଲା ବଡ଼ମ୍ବା ଥାନା ଅନ୍ତର୍ଗତ ସାତଗୋଛିଆ ଗ୍ରାମର ୫୯ ବର୍ଷିୟ ଧନେଶ୍ୱର ବେହେରାଙ୍କୁ ଗିରଫ କରାଯାଇ ଆଠଗଡ଼ ବନଖଣ୍ଡ ହେପାଜତରେ ରଖାଯାଇଥିଲା । କିଛି ଦିନ ପରେ ହେପାଜତରେ ଧନେଶ୍ୱର ବେହେରାଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା । ଅତ୍ୟଧିକ ଶାରୀରିକ ନିର୍ଯ୍ୟାତନା ଯୋଗୁଁ ଧନେଶ୍ୱରଙ୍କ ମୃତ୍ୟୁ ହୋଇଥିଲା ବୋଲି ପରିବାର ଲୋକ ଅଭିଯୋଗ କରିଥିଲେ ।

ଧନେଶ୍ୱରଙ୍କୁ ବନ କର୍ମଚାରୀମାନେ ପିଟି ପିଟି ମାରି ଦେଇଥିବା ପ୍ରତିବାଦରେ ଗାଁ ଲୋକେ ୬୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ ହଟିଥିଲା । ପରେ ଏହି ଘଟଣାରେ ରେଞ୍ଜର ଙ୍କ ସମେତ ବନ ବିଭାଗର ୬ ଜଣ କର୍ମଚାରୀଙ୍କୁ ପୁଲିସ ଗିରଫ କରିଥିଲା ।
ତେବେ ମିଳିଥିବା ସୂଚନା ଅନୁଯାୟୀ ଏହି ମାମଲା ବ୍ୟତୀତ ଧନେଶ୍ୱର ବେହେରାଙ୍କ ନାମରେ ପୂର୍ବରୁ ଆହୁରି ଅନେକ ମାମଲା ଥିଲା ।

Get real time updates directly on you device, subscribe now.