ରାସନ୍ କାର୍ଡ E-kycକୁ ନେଇ ମନ୍ତ୍ରୀଙ୍କ ବଡ଼ ସୂଚନା: ଆବେଦନର ଶେଷ ତାରିଖ କହିବା ସହ ଅଯୋଗ୍ୟ ହିତାଧିକାରୀଙ୍କୁ ଦେଲେ ଏପରି ଚେତାବନୀ

ରାସନ କାର୍ଡ ଇ-କେୱାଇସିକୁ ନେଇ ଏକ ବଡ଼ ଅପଡେଟ ସାମ୍ନାକୁ ଆସିଛି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସୂଚନା

ଭୁବନେଶ୍ୱର: ଯଦି ଆପଣ ରାସନ କାର୍ଡ ଜରିଆରେ ଶସ୍ତା ରାସନ ନେଉଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ରାସନ କାର୍ଡ ଇ-କେୱାଇସିକୁ ନେଇ ଏକ ବଡ଼ ଅପଡେଟ ସାମ୍ନାକୁ ଆସିଛି । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାସନ କାର୍ଡ ଇ-କେୱାଇସି କରିବାର ଶେଷ ଅବଧି ରହିଛି । ଏହା ପରେ ଆଉ ଆପଣଙ୍କୁ ରାସନ କାର୍ଡ ଇ-କେୱାଇସି କରିବାକୁ ସୁଯୋଗ ମିଳିବନି । ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।

ଏହା ସହ ସରକାରୀ ଅଫିସରମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ଯେଉଁ ସରକାରୀ ଅଫିସର ମାନେ ରାସନ୍ କାର୍ଡ ନେଇଛନ୍ତି ସମସ୍ତେ ସରେଣ୍ଡର କରିଦିଅନ୍ତୁ । ନହେଲେ ସେମାନଙ୍କ ଉପରେ ସରକାର ସୁନିଶ୍ଚିତ ଆକ୍ସନ ନେବେ ବୋଲି ମନ୍ତ୍ରୀ କହିଛନ୍ତି ।