fbpx

+୨ ପରୀକ୍ଷା ଫଳ ପ୍ରକାଶ ନେଇ ଗଣଶିକ୍ଷାମନ୍ତ୍ରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର, ୧୩ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବାଧା ଉପୁଜିଛି । କୌଣସି ପରୀକ୍ଷା ହୋଇପାରୁ ନାହିଁ କି ରେଜଲ୍ଟ ମଧ୍ୟ ବାହାରି ପାରୁନାହିଁ । କିନ୍ତୁ ଏହାରି ମଧ୍ୟରେ +୨ ପରୀକ୍ଷା ଫଳ ପ୍ରକାଶ ନେଇ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ସଟଡାଉନ ଯୋଗୁଁ +୨ ଫଳ ପ୍ରକାଶରେ ବିଳମ୍ବ ହୋଇପାରେ । ଏହାସହ ସଟଡାଉନ ପାଇଁ ମୂଲ୍ୟାଙ୍କନ କେନ୍ଦ୍ରରେ ପହଞ୍ଚିପାରୁ ନାହାନ୍ତି ମୂଲ୍ୟାୟନକାରୀ । ତେଣୁ ଏହାର ସମାଧାନ ପାଇଁ ଜିଲ୍ଳାପାଳଙ୍କୁ ଚିଠି ଲେଖାଯିବ ।

ଅନ୍ୟପଟେ ଆଜି ମାଟ୍ରିକ ପରୀକ୍ଷା ଖାତା ଦେଖ ଶେଷ ହୋଇଛି । ଖୁବଶୀଘ୍ର ମାଟ୍ରିକ ଫଳ ପ୍ରକାଶ ନେଇ ତାରିଖ ଘୋଷଣା କରାଯିବ । ପୂର୍ବରୁ ଜୁଲାଇ ୩୧ସୁଦ୍ଧା ମାଟ୍ରିକ ଫଳ ପ୍ରକାଶ ନେଇ ତାରିଖ ଘୋଷଣା କରାଯାଇଥିଲା ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.