fbpx

ନୂଆ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ; ଧର୍ମେନ୍ଦ୍ରଙ୍କୁ ଶିକ୍ଷା, ଅଶ୍ୱିନୀଙ୍କୁ ରେଳ ଓ ଆଇଟି

Advertisement

ନୂଆଦିଲ୍ଳୀ :ବୁଧବାର ଶପଥ ଗ୍ରହଣ କରିଥିବା କ୍ୟାବିନେଟ୍ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗଗ ବଣ୍ଟନ କରାଯାଇଛି । କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ଅଶ୍ୱିନୀ କୁମାର ବୈଷ୍ଣବଙ୍କୁ ରେଳ ଓ ଆଇଟି ବିଭାଗର କ୍ୟାବିନେଟ ମନ୍ତ୍ରୀ ଦାୟିତ୍ୱ ପ୍ରଦାନ କରାଯାଇଛି । ମନସୁଖ ମାଣ୍ଡବୀୟଙ୍କୁ ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱ ପ୍ରଦାନ କରାଯାଇଛି । ଏହା ସହିତ ତାଙ୍କୁ ସାର ଓ ରସାୟନ ବିଭାଗ ମଧ୍ୟ ପ୍ରଦାନ କରାଯାଇଛି । ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରାଳୟର ଦାୟିତ୍ୱ ଦିଆଯାଇଥିବା ବେଳେ ହରଦୀପ ସିଂ ପୁରୀଙ୍କୁ ପେଟ୍ରୋଲିୟମ ଓ ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ପ୍ରଦାନ କରାଯାଇଛି ।

ନୂତନ ଭାବରେ ଗଠନ କରାଯାଇଥିବା ମିନିଷ୍ଟ୍ରୀ ଅଫ୍ କୋ ଅପରେସନର ଦାୟିତ୍ୱ ପ୍ରଦାନ କରାଯାଇଛି । ରେଳ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଟେକ୍ସଟାଇଲ ମନ୍ତ୍ରାଳୟର ଦାୟିତ୍ୱ ପ୍ରଦାନ କରାଯାଇଛି । ସ୍ମୃତି ଇରାନୀଙ୍କୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପ୍ରଦାନ କରାଯାଇଥିବା ବେଳେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପ୍ରଦାନ କରାଯାଇଛି । ପୁରୁଷୋତ୍ତମ ରୂପାଲାଙ୍କୁ ମତ୍ସ୍ୟ ଓ ଗୋପାଳନ ମନ୍ତ୍ରାଳୟର ଦାୟିତ୍ୱ ପ୍ରଦାନ କରାଯାଇଛି । ବିଜ୍ଞାନ ଓ ବୈଷୟିକ ମନ୍ତ୍ରାଳୟକୁ ନିଜ ଅଧୀନରେ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅନୁରାଗ ଠାକୁରଙ୍କୁ ସୂଚନା ଓ ପ୍ରସାରଣ ବିଭାଗ ମିଳିଥିବା ବେଳେ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ମଧ୍ୟ ତାଙ୍କ ଅଧୀନରେ ରହିଛି । ମୀନାକ୍ଷୀ ଲେଖିଙ୍କୁ ବିଦେଶ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଘୋଷଣା କରାଯାଇଛି । ଏହା ସହିତ ସଂସ୍କୃତି ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ପ୍ରଦାନ କରାଯାଇଛି ।

ଭୂପିନ୍ଦର ଯାଦବଙ୍କୁ ଶ୍ରମ ଓ ପରିବେଶ ମନ୍ତ୍ରଣାଳୟ ପ୍ରଦାନ କରାଯାଇଛି । ପଶୁପତି କୁମାର ପାରସଙ୍କୁ ଖାଦ୍ୟ ପ୍ରକ୍ରିୟା କରଣ ମନ୍ତ୍ରଣାଳୟ ପ୍ରଦାନ କରାଯାଇଛି । ଏମ୍ ମହେନ୍ଦ୍ର ଭାଇଙ୍କୁ ମହିଳା ଓ ଶିଶୁବିକାଶ ମନ୍ତ୍ରାଳୟ ସହିତ ସ୍ୱଚ୍ଛ ଭାରତ ମନ୍ତ୍ରଣାଳୟ ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.