ସେନା ଅପରେଶନର ଲାଇଭ କଭରେଜ୍ କରିବାକୁ ମନ୍ତ୍ରଣାଳୟର ବାରଣ, ମିଡିଆ ପାଇଁ ଆଡଭାଇଜରି ଜାରି

ଶ୍ରୀନଗର: ଲାଇଭ୍ କଭରେଜଠାରୁ ଦୂରରେ ରହିବାକୁ କହିଛି ପ୍ରତିରକ୍ଷା ମନ୍ତ୍ରଣାଳୟ । ଗୁରୁବାର ମନ୍ତ୍ରଣାଳୟ ଦେଶର ପ୍ରତ୍ୟେକ ମିଡିଆ ଆଉଟଲେଟ୍, ଡିଜିଟାଲ ପ୍ଲାଟଫର୍ମ ଏବଂ ଡିଜିଟାଲ ପ୍ଲାଟଫର୍ମ ପାଇଁ ଆଡଭାଇଜରି ଜାରି କରିଛନ୍ତି ।

ଲାଇଭ କଭରେଜ୍ଠାରୁ ଆରମ୍ଭ କରି ଡିଫେନ୍ସ ଅପରେଶନର ରିୟଲ ଟାଇମ ରିପୋଟିଂ, ଟ୍ରୁପ୍ ମୁଭମେଣ୍ଟକୁ କ୍ୟାମେରାରେ କଏଦ ନ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ଆଡଭାଇଜରି ଜାରି କରିଛନ୍ତି ।

ପୂର୍ବରୁ ହୋଇଥିବା କାର୍ଗିଲ ଯୁଦ୍ଧ, ୨୬/୧୧ ଆକ୍ରମଣ, କାନ୍ଦାହାର ହାଇଜ୍ୟାକ୍ ଭଳି ଘଟଣାରେ ଭାତରର ବଡ଼ କ୍ଷତି ହେବାର ମୁଖ୍ୟ କାରଣ ହେଉଛି ଲାଇଭ୍ ଷ୍ଟିମିଂ । ଯାହାଠାରୁ ଦୂରରେ ରହିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି ।