fbpx

ରେଳ ମନ୍ତ୍ରଣାଳୟ ପକ୍ଷରୁ ରେଳ ଯାତ୍ରୀଙ୍କ ପାଇଁ ୪ ହଜାର ସ୍ୱତନ୍ତ୍ର କୋଚର ବ୍ୟବସ୍ଥା

ନୂଆଦିଲ୍ଲୀ ୦୩ ।୦୫ : କରୋନା ସ୍ଥିିତିରେ ରେଳ ଯାତ୍ରୀଙ୍କ ଲାଗି ରେଳ ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରେଳ ଯାତ୍ରୀଙ୍କ ପାଇଁ ୪ ହଜାର ସ୍ୱତନ୍ତ୍ର ଆଇସୋଲେସନ କୋଚର ବ୍ୟବସ୍ଥା ହୋଇଛି । ଆଇସୋଲେସନ କୋଚରେ ୬୪ ହଜାର ବେଡର ବ୍ୟବସ୍ଥା ମଧ୍ୟ ହୋଇଛି । ଦେଶରେ କୋଭିଡ୍ ସ୍ଥିତି ନେଇ କେନ୍ଦ୍ର ରେଳ ମନ୍ତ୍ରାଳୟ ଏହି ପଦକ୍ଷେପ ନେଇଛନ୍ତି । ସେପଟେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୪୧୭ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୧୮ ହଜାର ୯୫୯କୁ ବୃଦ୍ଧି ପାଇଛି । ଦିନକରେ ୩ ଲକ୍ଷ ୬୮ ହଜାର ୧୪୭ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.