Breaking: ଷଷ୍ଠ ଶ୍ରେଣୀ ଛାତ୍ରୀକୁ ଗର୍ଭବତୀ କଲା ନାବାଳକ ପୁଅ

ପୁଣି ଗର୍ଭବତୀ ହେଲେ ନାବାଳିକା ଷଷ୍ଠ ଶ୍ରେଣୀ ଛାତ୍ରୀ।

ରାୟଗଡ଼ା: ପୁଣି ଜଣେ ଷଷ୍ଠ ଷ୍ରେଣୀ ଛାତ୍ରୀ ଗର୍ଭବତୀ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ଅଞ୍ଚଳର ଘଟଣା। ପୁଣି ଥରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଥିବା ଜଣା ପଡିଛି। ନିକଟରେ ଦୁଇରୁ ତିନୋଟି ଘଟଣା ସାମ୍ନାକୁ ଆସିଥିଲା।

ଯେଉଁଥିରେ ସ୍କୁଲ ଛାତ୍ରୀ ଗର୍ଭବତୀ ଥିବା ଜଣା ପଡିଥିଲା। ଆଉ ଏବେ ପୁଣିଥରେ ଏହ ନାବାଳିକା ଗର୍ଭବତୀ ଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ଜଣା ପଡିବା ପରେ ଗର୍ଭବତୀ ଛାତ୍ରୀକୁ ଉଦ୍ଧାର କରିଛି CWC।

ଆଉ ଯାହା ଦ୍ୱାରା ନାବାଳିକା ଷଷ୍ଠ ଶ୍ରେଣୀ ଛାତ୍ରୀ ଜଣକ ଗର୍ଭବତୀ ହୋଇଛନ୍ତି ସେ ପିଲାବି ନାବାଳକ। ଆଉ ସେହି ନାବାଳକ ଅଭିଯୁକ୍ତକୁ ଧରିଛି CWC। ଅଭିଯୁକ୍ତ ଜଣକ ନାବାଳକ ବୋଲି ସୂଚନା ମିଳିଛି। ନାବାଳକକୁ ଧରି ପଚରାଉଚରା କରାଯାଉଛି।