ପୁଣି ବ୍ରହ୍ମପୁରରେ ଲଜ୍ଜା, ନର୍ସିଂ ସାର୍ଟିଫିକେଟ୍‌ କରାଇ ଦେବା ବାହାନାରେ ନେଇ ଦୁଷ୍କର୍ମ କଲା ଘରୋଇ କ୍ଲିନିକ୍ ମାଲିକ

ବୈଦ୍ୟନାଥପୁର ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ।

ଭୁବନେଶ୍ବର: ଗୋପାଳପୁର ଦୁଷ୍କର୍ମ ଘଟଣା ସାରା ଭାରତରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବର୍ତ୍ତମାନ ପୁଣିଥରେ ବ୍ରହ୍ମପୁରରୁ ଆଉ ଏକ ଦୁଷ୍କର୍ମ ଅଭିଯୋଗ ସାମ୍ନାକୁ ଆସିଛି । ବୈଦ୍ୟନାଥପୁର ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି ।

ନର୍ସିଂ ସାର୍ଟିଫିକେଟ୍‌ କରାଇ ଦେବା ବାହାନାରେ ଦୁଷ୍କର୍ମ କରିଥିଲେ । ତେବେ ଘରୋଇ କ୍ଲିନିକ୍ ମାଲିକଙ୍କୁ ଗିରଫ କରି ପୋଲିସର ତଦନ୍ତ ଜାରି ରଖିଛି ।

ଖବର ଅନୁସାରେ, ଘରୋଇ କ୍ଲିନିକ୍ ମାଲିକ ଉକ୍ତ ଯୁବତୀକୁ ମାଗଣାରେ ନର୍ସିଂ କରାଇଦେବା ନେଇ ଆଶ୍ବାସନା ଦେଇଥିଲେ । ପରିବାର ଲୋକଙ୍କ ବିଶ୍ବାସଭାଜନ ହେବା ପରେ ତାଙ୍କ ପାଖରେ ପଢ଼ିବା ପାଇଁ ଛାଡିଥିଲେ ପରିବାର ଲୋକେ ।

ତେବେ ଏହାର ସୁଯୋଗ ନେଇଥିଲା ଘରୋଇ କ୍ଲିନିକ୍ ମାଲିକ । ନାବାଳିକାକୁ ନିଶା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହାପରେ ନାବାଳିକାଜଣକ ଆସି ପରିବାର ଲୋକଙ୍କୁ କହିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା ।

ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ତେବେ ଏହି ଘଟଣାରେ ପୋଲିସ ନକଲି ଡାକ୍ତରଙ୍କ ସହିତ 3ଜଣଙ୍କୁ ଗିରଫ କରିଛି ।