ରାଉରକେଲା: (ଓଡ଼ିଶା ଭାସ୍କର) ଜେଲ୍ରୁ ଫେରି ନାବାଳିକାକୁ ବୀଭତ୍ସ ହତ୍ୟା । ଦୁଷ୍କର୍ମ କରି ଜେଲ୍ ଯାଇଥିଲା, ଫେରିଲା ପରେ ହାଣି ଦେଲା । ବାଲୁଘାଟ ନିକଟ ବ୍ରାହ୍ମଣୀନଦୀରୁ ମିଳିଲା ଖଣ୍ଡବିଖଣ୍ଡିତ ମୃତଦେହ । କଟା ହାତଗୋଡ଼ ହନୁମାନ ବାଟିକା ନିକଟ ଜଙ୍ଗଲରୁ ଉଦ୍ଧାର । ଖୋଜାଖୋଜି ବେଳେ ନାବାଳିକାର ମୁଣ୍ଡ ନଦୀରୁ ମିଳିଲା । ପ୍ରେମ ବ୍ୟାପାରକୁ ନେଇ ହତ୍ୟା ଅଭିଯୋଗ, ଯୁବକ ଅଟକ ।
ପ୍ରଥମେ ରାଉରକେଲା ନୂଆ ବ୍ରାହ୍ମଣୀ ବ୍ରିଜ୍ ନିକଟରେ ମୃତଦେହ ଖୋଜିଥିଲା ରାଉରକେଲା ପୋଲିସ ଓ ଓଡ୍ରାଫ ଟିମ୍ । ନାବାଳିକାଙ୍କୁ ହତ୍ୟା ପରେ ଜଣେ ଯୁବକ ବ୍ରାହ୍ମଣୀ ନଦୀରେ ଫିଙ୍ଗିଦେଇଥିବା ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ୍ ଚାଲିଥିଲା । ଝାରସୁଗୁଡ଼ାରେ ନାବାଳିକା ଦୁଷ୍କର୍ମ ମାମଲାରେ ଜେଲ୍ ଯାଇଥିଲେ ଜଣେ ଯୁବକ । ତେବେ ଜାମିନରେ ବାହାରିବା ପରେ ନାବାଳିକାଙ୍କୁ ଘରୁ ଉଠାଇ ନେଇ ହତ୍ୟା କରିଛି ଅଭିଯୁକ୍ତ ।
ହତ୍ୟା ପରେ ଅଭିଯୁକ୍ତ ଜଣକ ଧରାପଡ଼ିବା ପରେ ବ୍ରାହ୍ମଣୀ ନଦୀରେ ମୃତଦେହ ଫିଙ୍ଗିଥିବା ପୋଲିସ ଆଗରେ ସ୍ବୀକାର କରିଥିଲା । ମୃତଦେହ ଉଦ୍ଧାର କରିଛି ପୋଲିସ । କଟା ହାତଗୋଡ଼ ହନୁମାନ ବାଟିକା ନିକଟ ଜଙ୍ଗଲରୁ ଉଦ୍ଧାର । ଖୋଜାଖୋଜି ବେଳେ ନଦୀରୁ ମିଳିଲା ମୃତ ନାବାଳିକାର ମୁଣ୍ଡ । ସୁନ୍ଦରଗଡ଼ ଜିଲ୍ଲା ଧରୁଆଡ଼ିହି ଅଞ୍ଚଳରେ ମୂଳ ବାସିନ୍ଦା ହେଉଛନ୍ତି ମୃତ ନାବାଳିକା ।