ହାଇଦ୍ରାବାଦ୍: ବାପା-ମାଆ ଅଫଲାଇନ୍ କ୍ଲାସ୍ କରିବାକୁ ବାଧ୍ୟ କରିବାରୁ ଜଣେ ନାବାଳିକା ହଷ୍ଟେଲରେ ଫୀଶୀ ଲଗାଇ ଆତ୍ମହତ୍ୟା କରିଦେଇଛନ୍ତି । ଏହି ଘଟଣା ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ର ଏକ କଲେଜ୍ ରେ ଘଟିଛି । ଆଇଆଇଟି ଶ୍ରୀ କାକୁଲମ୍ ରେ ପଢ଼ୁଥିବା ଜଣେ ନାବାଳିକା ବୁଧବାର ଦିନ ନିଜ ହଷ୍ଟେଲରେ ଆତ୍ମହତ୍ୟା କରିଦେଇଛନ୍ତି । ଅନ୍ୟ ଛାତ୍ରୀ ମାନେ ଯେତେବେଳେ ଏ ସଂକ୍ରାନ୍ତରେ କଲେଜ୍ ରେ ଜଣାଇଥିଲେ, ସେତେବେଳେ ଘଟଣା ସାମନାକୁ ଆସିଥିଲା । ଛାତ୍ରୀ ଜଣକ ଭିତର ପଟରୁ କବାଟ ଦେଇ ପଙ୍ଖାରେ ଫାଶୀ ଲଗାଇ ଦେଇଥିଲେ ।
ମିଡିଆ ରିପୋର୍ଟ ମୁତାବକ, ଛାତ୍ରୀଙ୍କ ବାପା-ମାଆ ତାକୁ ଅଫଲାଇନ୍ କ୍ଲ।।ସ୍ କରିବାକୁ ବାଧ୍ୟ କରୁଥିଲେ । ନାବାଳିକାଙ୍କ ନାମ ମନୀଷା ଅଞ୍ଜୁ ବୋଲି ଜଣାପଡ଼ିଛି । ସେ ଆଇଆଇଟି ଶ୍ରୀକାକୁଲମ୍ ର ପ୍ରଥମ ବର୍ଷର ଛାତ୍ରୀ ଥିଲେ । ଏକାଡେମିକ୍ ଇୟର୍ ଆରମ୍ଭ ହେବା ପରେ ସେ ଅନଲାଇନ୍ କ୍ଲାସ୍ କରୁଥିଲେ । କରୋନା ମାମଲା କମ୍ ହେବାପରେ କଲେଜ୍ ଅଧିକାରୀ ମାନେ ସୂଚନା ଦେଇଥିଲେ ଯେ, ଅନଲାଇନ୍ ରେ କ୍ଲାସ୍ ଜାରି ରଖିପାରିବେ କିମ୍ବା ଅଫଲାଇନ୍ କ୍ଲାସ୍ ରେ ଯୋଗ ଦେଇପାରିବେ ।