ପୁଣି ନାବାଳିକା ପୁଣି ଗଣଦୁଷ୍କର୍ମ, ସମ୍ୱଲପୁରରେ ଲଜ୍ଜା, କୁନି ଝିଅକୁ ଝୁଣି ଖାଇଗଲେ ୫ ନରରାକ୍ଷସ
ପୁଣି ନରରାକ୍ଷସଙ୍କ ଶିକାର ପାଲଟିଲା ନାବାଳିକା।
ସମ୍ୱଲପୁର: ପୁଣି ନାବାଳିକା ପୁଣି ଗଣଦୁଷ୍କର୍ମ। ସବୁଥର ପରି ଏଥର ମଧ୍ୟ କିଛି କାମାନ୍ଧ ପୁରୁଷଙ୍କ ଲୋଲୁପ ଦୃଷ୍ଟିର ଶିକାର ପାଲଟିଛି ଜଣେ ନାବାଳିକା।
ବାରମ୍ୱାର ରେପ୍ ଘଟଣା ବଢ଼ୁଛି ପଛେ କମିବାର ନାଁ ଧରୁନି। ଆଜି ପୁଣିଥରେ ସମ୍ୱଲପୁରରୁ ନାବାଳିକାକୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ଆସିଛି।
ସମ୍ୱଲପୁରର ଯୁଯୁମୁରା ଥାନା ଅଞ୍ଚଳରେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ୫ ଯୁବକଙ୍କ ମଧ୍ୟରୁ ୪ ଜଣଙ୍କୁ ପୋଲିସ ଅଟକ ରଖିଥିବା ବେଳେ ଆଉ ଜଣେ ଫେରାର୍ ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ ଜାରି ରହିଛି ବୋଲି ସୂଚନା ମିଳିଛି।