ବାଲେଶ୍ୱର: ବାଲେଶ୍ୱରେ ଘଟିଯାଇଛି ଏକ ଜଘନ୍ୟ କାଣ୍ଡ । ହନୁମାନ ଜୟନ୍ତୀରେ ବାପାକୁ ହାଣିଛି ନାବାଳକ ପୁଅ ।
ପୁଅ ଆକ୍ରମଣରେ ବାପା ଗୁରୁତର ହୋଇଥିବା ସୂଚନା । ଆହତ ଅବସ୍ଥାରେ ବାପାଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ପରବର୍ତ୍ତୀ ସମୟରେ ଗୁରୁତର ବାପାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ବାଲେଶ୍ୱର ସଦର ଥାନା ବେଲବାରିଆ ଗାଁରେ ଘଟିଛି ଅଭାବନୀୟ ଘଟଣା ।
ପାରିବାରିକ କଳହରୁ ନାବାଳକ ବାପାକୁ ହାଣିଥିବା ସନ୍ଦେହ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମାମଲାର ଛାନଭିନ ଚଳାଇଛି ।