fbpx
BSKY
BJD YOUTH SKY
BJD MS SKY

ବୁଲା କୁକୁରଙ୍କୁ ଖାଇବାକୁ ଦେଉଥିବା ଲୋକଙ୍କ ସହ ଅସଦାଚରଣ କଲେ ଜେଲ ଯିବେ, ଜାଣନ୍ତୁ କ’ଣ ରହିଛି କୋର୍ଟର ନିର୍ଦ୍ଦେଶାବଳୀ

ନୂଆଦିଲ୍ଲୀ : ସମାଜରେ ଏଭଳି କିଛି ଲୋକ ଅଛନ୍ତି, ବୁଲା କୁକୁରକୁ ଖାଇବାକୁ ଦେବା ତ ଦୂର କଥା , ସେମାନଙ୍କ ଉପରେ ଅତ୍ୟାଚାର କରିବେ ଏବଂ ସେମାନଙ୍କୁ ଖାଇବାକୁ ଦେଉଥିବା ଲୋକଙ୍କୁ ମଧ୍ୟ ଆକ୍ରମଣ କରିବେ । ଯେତେ ନୀତି ନିମୟ ଜୋରିମାନା ହେଲେ ମଧ୍ୟ ଏମାନେ ମାନିବାକୁ ନାରାଜ । ଏଭଳି ଲୋକଙ୍କ ପାଇଁ ଏବେ ସରକାର କଡାକଡି ନିୟମ କରିଛନ୍ତି । ବୁଲା କୁକୁରଙ୍କୁ ଖାଇବାକୁ ଦେଉଥିବା ଲୋକଙ୍କ ସହ ଅସଦାଚରଣ ଓ ଆକ୍ରମଣ କଲେ ସିଧା ଜେଲ ଯିବାକୁ ପଡିପାରେ ।
ଗୁରୁଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏଭଳି ଏକ ଘଟଣା ଘଟିଥିଲା । କୁକୁରମାନଙ୍କୁ ଖାଇବାକୁ ଦେଉଥିବା ଜଣେ ମହିଳାଙ୍କୁ ତାଙ୍କ ପଡ଼ୋଶୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲା ଥାନାକୁ ଯାଇଥିଲା ।

ଘଟଣାଟି ଏହିପରି.. କୁକୁର ପ୍ରେମୀ ମଣିଷକୁ ତାଙ୍କ ପଡୋଶୀ କୁକୁରମାନଙ୍କୁ କାଇବାକୁ ଦେବାକୁ ବାରଣ କରିଥିଲେ । କିନ୍ତୁ ମହିଳା ଜଣଙ୍କ ତାଙ୍କ ଶୁରିନଥିଲେ । ଏଥିରେ କ୍ରୋଧିତ ହୋଇ ସେ କୁକୁରମାନଙ୍କୁ ପିଟିବା ଆରମ୍ଭ କଲେ ଏବଂ ଏହାକୁ ବିରୋଧ କଲେ କୁକୁର ପ୍ରେମୀ ମହିଳା । ପରେ ଏ ମହିଳାଙ୍କୁ ମଧ୍ୟ ତାଙ୍କ ପଡୋଶୀ ଅସଦାଚରଣ କରିବା ସହ ତାଙ୍କୁ ପିଟିଥିଲେ । ଏହି ପ୍ରସଙ୍ଗରେ ଗୁରୁଗ୍ରାମ ପୋଲିସ ବର୍ତ୍ତମାନ ଅଭିଯୁକ୍ତ ପଡୋଶୀଙ୍କ ବିରୋଧରେ ମାମଲା ରୁଜୁ କରି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିିଛି । ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ତାଙ୍କୁ ରକ୍ଷା କରିବାକୁ ଆସିଥିବା ତାଙ୍କ ଭଉଣୀଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସ୍ଥାନୀୟ ପୋଲିସ ଅଭିଯୁକ୍ତ ପଡୋଶୀଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜୀକୃତ କରି ତଦନ୍ତ ପାଇଁ ଟିମ୍ ଗଠନ କରିଛି । ପୋଲିସର ସୂଚନାନୁସାରେ, ସେମାନଙ୍କୁ ସିସିଟିଭି ଫୁଟେଜ ମିଳିଛି ଏବଂ ଖୁବ୍ ଶୀଘ୍ର ଅଭିଯୁକ୍ତକୁ ଗିରଫ କରିବୁ। ଅଭିଯୁକ୍ତ ନାଁରେ ଆଇପିସି ଧାରା ୧୪୭ (ଦଙ୍ଗା), ୧୪୮ (ମାରାତ୍ମକ ଅସ୍ତ୍ରରେ ଦଙ୍ଗା), ୩୨୩ (ଆଘାତ ଦେବା), ୩୪୫ (ଭୁଲ୍ ବନ୍ଦୋବସ୍ତ) ଏବଂ ୫୦୬ (ଅପରାଧିକ ଧମକ) ଅନୁଯାୟୀ ଦଫା ଲାଗିଛି।

ଦିଲ୍ଲୀ ହାଇକୋର୍ଟଙ୍କ ମନ୍ତବ୍ୟ
୨୦୨୧ ମସିହାରେ, ଦିଲ୍ଲୀ ହାଇକୋର୍ଟ ପ୍ରାଣୀ ଅଧିକାରକୁ ଦୃଢ ଭାବରେ ପ୍ରୋତ୍ସାହିତ କରି କହିଥିଲେ ଯେ ଆଇନ ଅନୁଯାୟୀ ରାସ୍ତାଘାଟ କୁକୁର ସମେତ ସମସ୍ତ ପ୍ରାଣୀଙ୍କୁ ଦୟା ଏବଂ ସମ୍ମାନ ସହ ବଞ୍ଚିବାର ଅଧିକାର ରହିଛି। ରାସ୍ତାଘାଟର ବୁଲୁଥିବା କୁକୁରମାନଙ୍କର ମଧ୍ୟ ଖାଦ୍ୟ ଉପରେ ଅଧିକାର ରହିଥିବାବେଳେ ଲୋକମାନେ ସେମାନଙ୍କୁ ଖାଇବାକୁ ଦେବାକୁ ମଧ୍ୟ ଅଧିକାର ପାଇଛନ୍ତି। ତେଣୁ ସେହି ଲୋକମାନଙ୍କ ୁପରେ ଅସଦାଚରଣ ବା ଆକ୍ରମଣ ହେଲେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ।

Get real time updates directly on you device, subscribe now.