fbpx

କରୋନା ପାଇଁ ଟଳିଲା ମିସ୍ ୱାର୍ଲ୍ଡ ପ୍ରତିଯୋଗିତା, ଭାରତରୁ ପ୍ରତିଦ୍ୱନ୍ଦିତା କରୁଥିବା ମାନସା ବି ପଜିଟିଭ୍ ଚିହ୍ନଟ

ମୁମ୍ବାଇ: କୋଭିଡ୍ ମହାମାରୀ ପୁଣି ଥରେ ବିଶ୍ୱରେ ହଇଚଇ ସୃଷ୍ଟି କରିବା ଆରମ୍ଭ କରିଛି । ଏହାର ନୂତନ ଭାରିଆଣ୍ଟ ଓମିକ୍ରନ୍ ରକେଟ୍ ବେଗରେ ମାଡ଼ୁଥିବା ଦେଖିବାକୁ ମିଳିଛି । ବିଭିନ୍ନ ଦେଶରେ ସଂକ୍ରମଣ ମାମଲା ବଢ଼ୁଛି । ଏବେ ଏହାର ପ୍ରଭାବ ପଡ଼ିଛି ମିସ୍ ୱାର୍ଲ୍ଡ ୨୦୨୧ ଆୟୋଜନ ଉପରେ । ଏହି ପ୍ରତିଯୋଗିତାକୁ ବର୍ତ୍ତମାନ ସ୍ଥଗିତ ରଖାଯାଇଛି । କାରଣ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କିଛି ପ୍ରତିଯୋଗୀ ଓ ଷ୍ଟାଫ୍ ମେମ୍ବର ମାନେ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି ।

ଏନେଇ ମିସ୍ ୱାର୍ଲ୍ଡ ବ୍ୟୁଟି ପେଜେଣ୍ଟ୍ ର ଅଫିସିଆଲ୍ ସୋସିଆଲ୍ ମିଡିଆ ପେଜରେ ସୂଚନା ଦିଆଯାଇଛି । ପ୍ରତିଯୋଗୀ ଓ ଅନ୍ୟାନ୍ୟ ସଦସ୍ୟାଙ୍କ ସୁରକ୍ଷା ପାଇଁ ଏହି ଆୟୋଜନକୁ ଟାଳି ଦିଆଯାଇଛି । ତେବେ ମିସ୍ ୱାର୍ଲ୍ଡର ଗ୍ରାଣ୍ଡ୍ ଫାଇନାଲ୍ ପ୍ୟୁର୍ଟୋ ରିକୋରେ ଆଜି ସକାଳ ୪ଟା ୩୦ ମିନିଟ୍ ରେ ହେବାର ଥିଲା । ହେଲେ ଆୟୋଜନକର୍ତ୍ତାଙ୍କ ପକ୍ଷରୁ କୁହାଗଲା ଯେ, ସ୍ୱାସ୍ଥ୍ୟର ସୁରକ୍ଷାକୁ ଆଖି ଆଗରେ ରଖି ଏହାକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଛି । କାର୍ଯ୍ୟକ୍ରମକୁ ୯୦ ଦିନ ଭିତରେ ଦ୍ୱିତୀୟ ଥର ପ୍ୟୁର୍ଟୋ ରିକୋରେ ରିସିଡ୍ୟୁଲ୍ କରାଯିବ ।

ସୂଚନାଯୋଗ୍ୟ ଯେ, ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାରେ ଭାରତରୁ ମାନସା ବାରଣାସୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ତେଲେଙ୍ଗାନାରେ ରହୁଥିବା ମାନସାଙ୍କୁ ମିସ୍ ଇଣ୍ଡିଆ ୨୦୨୦ ପାଇଁ ମଧ୍ୟ ନୋମିନେଟ୍ କରାଯାଇଥିଲା । ଏହା ବ୍ୟତୀତ ତାଙ୍କୁ ମିସ୍ ର୍ୟାମ୍ପ ୱକ୍ ର ଟାଇଟଲ୍ ବି ମିଳିଥିଲା । ତେବେ ସେ ବିଶ୍ୱ ସୁନ୍ଦରୀ ୨୦୨୧ ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ସୂଚନାରୁ ଜଣାପଡ଼ିଛି ଯେ, ମାନସା ମଧ୍ୟ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.