CHARIDHAM

Mission Shakti ନିଯୁକ୍ତି: ଏହି ଜିଲ୍ଲାରେ ୧୧୭ ପଦବୀରେ ନିଯୁକ୍ତି ସୁଯୋଗ, ଜାଣନ୍ତୁ ଆବେଦନର ଶେଷ ତାରିଖ

ଭୁବନେଶ୍ୱର: ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର। ଜନହବୀ ମହିଳା ମହାସଂଘ ଯାଜପୁର ପକ୍ଷରୁ ୧୧୭ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିଛି। ପ୍ରାର୍ଥୀମାନେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ପଦବୀରେ ନିଯୁକ୍ତି ହେବେ। ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ। ଯେଉଁମାନେ ଖାଲି ଥିବା ପଦବୀରେ ନିଯୁକ୍ତି ପାଇଁ ଆଗ୍ରହୀ ଏବଂ ସମସ୍ତ ଯୋଗ୍ୟତା ମାନଦଣ୍ଡ ପୂରଣ କରିଛନ୍ତି ସେମାନେ ବିଜ୍ଞପ୍ତି ଏବଂ ଆବେଦନ ପଢି ସବିଶେଷ ସୂଚନା ପାଇଁ ପାରିବେ।

ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ହୋଇଥିବା ଆବଶ୍ୟକ। ପ୍ରାର୍ଥୀ ଦଶମ / ଦ୍ୱାଦଶ ପାସ୍ କରିଥିବା ଆବଶ୍ୟକ। ଏହି ପଦବୀ ପାଇଁ ୧୭ ମାର୍ଚ୍ଚ ମଧ୍ୟରେ ଆବେଦନ କରିବାକୁ ପଡ଼ିବ । ଆବେଦନକାରୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଜଣେ ସଭ୍ୟା ହେବା ସହ ଓଡ଼ିଆ ଭାଷାରେ ଲେଖିବା ଓ ପଢ଼ିବା ଜାଣିଥିବେ । ଗୋଷ୍ଠୀ ସହାୟିକା (ସିଆରପି-ସିଏମ) ପଦବୀ ପାଇଁ ୧୦ମ, ବ୍ୟାଙ୍କ ମିତ୍ର ପଦବୀ ପାଇଁ ଯୁକ୍ତଦୁଇ ପାସ, ଦକ୍ଷ ନଥିପତ୍ର ପରିଚାଳିକା (ଏମବିକେ) ପଦବୀ ପାଇଁ ଯୁକ୍ତ ଦୁଇ ପାସ ସହ କମ୍ପ୍ୟୁଟର ଜ୍ଞାନ ରହିଥିବା ଆବଶ୍ୟକ । ପ୍ରାର୍ଥୀମାନେ ନୋଟିଫିକେସନ ଲିଙ୍କକୁ ଯାଇ ଆବେଦନ ପତ୍ର ଡାଉନଲୋଡ୍ କରିପାରିବେ ।

ନୋଟିଫିକେସନ ଲିଙ୍କ-୧: https://www.freejobalert.com/jannahabi-mahila-mahasangha-jajpur-community-support-staff-2023/1022685/

ନୋଟିଫିକେସନ ଲିଙ୍କ-୨: https://img.freejobalert.com/uploads/2023/03/Notification-Jannahabi-Mahila-Mahasangha-Community-Support-Staff-Vacancy.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://jajpur.nic.in/