fbpx

ସେମି ଫାଇନାଲରେ ମିଚେଲଙ୍କ ଶତକ: WC-2023ରେ ଭାରତ ବିପକ୍ଷରେ ଦମଦାର ଶତକୀୟ ଇନିଂସ

ମୁମ୍ବାଇ: ବିଶ୍ୱକପର ସେମି ଫାଇନାଲରେ ନ୍ୟୁଜିଲାଣ୍ଡ ଏକ ଦମଦାର କମବ୍ୟାକ କରିଛି । ଅଧିନାୟକ କେନ୍ ୱିଲିୟମସନ୍ ଏବଂ ଡାରିଲ ମିଚେଲଙ୍କ ଦମଦାର ଭାଗିଦାରୀରେ ଭାରତ ଉପରେ ଭାରୀ ପଡ଼ିଛି ନ୍ୟୁଜିଲାଣ୍ଡ । କେନ୍ ୱିଲିୟମସନଙ୍କ ଅର୍ଦ୍ଧଶତକ ପରେ ବିସ୍ଫୋରକ ଶତକ ହାସଲ କରିଛନ୍ତି ଡାରିଲ ମିଚେଲ । ଏହି ଶତକ ବଳରେ ନ୍ୟୁଜିଲାଣ୍ଡ ୨୦୦ ରନ୍ ଅତିକ୍ରମ କରିଛି । ତେବେ ଏହି ଶତକୀୟ ପାଳି ସହ ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତ ବିପକ୍ଷରେ ଦ୍ୱିତୀୟ ଶତକ ହାସଲ କରିଥିବା ଖେଳାଳି ପାଲଟିଛନ୍ତି ମିଚେଲ ।

୩୯୮ ରନର ପିଛା କରି ମଇଦାନକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡ ମହମ୍ମଦ ଶାମୀଙ୍କ ସ୍ୱିଙ୍ଗରେ ଘାଇଲା ହୋଇଥିଲା । ମାତ୍ର ୩୯ ରନରେ ଦଳର ଦୁଇ ଓପନର ପାଭିଲିୟନ ଫେରି ଯାଇଥିବା ବେଳେ ପଡ଼ିଆରେ ବର୍ତ୍ତମାନ କେନ୍ ୱିଲିୟମସନ୍ ଏବଂ ଡାରିଲ ମିଚେଲ ପହଞ୍ଚିଥିଲେ । ଉଭୟଙ୍କ ମଧ୍ୟରେ ଦମଦାର ପାର୍ଟନରସିପ କରି ନ୍ୟୁଜିଲାଣ୍ଡର ପାଳିକୁ ସମ୍ଭାଳିଛନ୍ତି । ତେବେ ୭୨ ବଲରେ କେନ୍ ୱିଲିୟମସନ ୬୯ ରନ୍ କରିଥିବା ବେଳେ ବିସ୍ଫୋରକ ଶତକ ହାସଲ କରିଛନ୍ତି ଡାରିଲ ମିଚେଲ । ମାତ୍ର ୮୫ ବଲରୁ ଏହି ଶତକ ନିଜ ନାମରେ କରିଛନ୍ତି ନ୍ୟୁଜିଲାଣ୍ଡର ଏହି ଷ୍ଟାର ଅଲରାଉଣ୍ଡର । ଲିଗ୍ ଷ୍ଟେଜରେ ମିଚେଲ ୧୩୦ ରନର ପାଳି କେଳିତିବା ବେଳେ ସେମି ଫାଇନାଲରେ ମଧ୍ୟ ଐତିହାସିକ ଶତକ ହାସଲ କରିଛନ୍ତି ମିଚେଲ । ଏହି ଶତକୀୟ ଇନିଂସରେ ୯ଟି ଚୌକା ସହ ୫ଟି ବଡ଼ ଛକା ସାମିଲ ରହିଛି ।

Get real time updates directly on you device, subscribe now.