fbpx

ଡିସ୍କୋ ଡ୍ୟାନ୍ସରଙ୍କ ୨୫୦ ଫିଲ୍ମରୁ ୧୮୦ ଥିଲା ଫ୍ଲପ, ତଥାପି ନିର୍ମାତାଙ୍କ ଲାଗୁଥିଲା ଲାଇନ

ମୁମ୍ବାଇ: ବଲିଉଡର ଡିସ୍କୋ ଡ୍ୟାନ୍ସର କହିଲେ ସମସ୍ତେ ଜାଣନ୍ତି ନିଥୁନ ଚକ୍ରବର୍ତ୍ତୀଙ୍କୁ । ୪ ଦଶକରୁ ଅଧିକ ସମୟ ମିଥୁନ ସିନେ ଜଗତରେ ତେହେଲକା ମଚେଇଥିଲେ ମିଥୁନ । ହେଲେ ଏହି ଅଭିନେତା ଯେତିକି ସୁପର, ଡୁପର ହିଟ ଫିଲ୍ମ ଭେଟି ଦେଇଛନ୍ତି, ତାଠାରୁ ଅଧିକ ଫ୍ଲପ ଫିଲ୍ମ ସେ ଦେଇଛନ୍ତି ଇଣ୍ଡଷ୍ଟ୍ରୀକୁ । ମିଥୁନ ତାଙ୍କ କ୍ୟାରିୟରରେ ୨୫୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି ।

ଆଉ ଏମିତି ଗୋଟିଏ ସମୟ ଥିଲା, ତାଙ୍କର ୩୦ରୁ ଅଧିକ ଫିଲ୍ମ ବ୍ୟାକ ଟୁ ବ୍ୟାକ୍ ଫ୍ଲପ ହୋଇଥିଲା । ତଥାପି ଇଣ୍ଡଷ୍ଟ୍ରୀରେ ତାଙ୍କର ଥିଲା କ୍ରେଜ୍ ଆଉ ତାଙ୍କୁ ମିଳୁଥିଲା ଗୋଟିଏ ପରେ ଗୋଟିଏ ଫିଲ୍ମ । ମିଥୁନ ଚକ୍ରବର୍ତ୍ତୀଙ୍କ ୨୭୦ ଫିଲ୍ମରୁ ୧୮୦ଟି ସୁପର ଫ୍ଲପ ହୋଇଥିଲା । ଆଉ ସବୁଠାରୁ ବଡ କଥା ଗୋଟିଏ ପରେ ଗୋଟିଏ ୩୩ଟି ଫିଲ୍ମ ସେ ଫ୍ଲବ ଦେଇଥିଲେ ।

ତେବେ୧୯୮୯ରେ ମିଥୁନ ଲଗାତର ୧୯ଟି ଫିଲ୍ମ ଦେଇ ଲିମ୍କା ବୁକ ଅଫ  ରେକର୍ଡରେ ନିଜ ନାଁ ସାମିଲ କରିବାରେ ସକ୍ଷମ ହୋଇଥିଲେ, ଯେଉଁ ରେକର୍ଡ ଆଜି ବି ତାଙ୍କରି ନାଁରେ ରହିଛି । ସେ ତାଙ୍କ କ୍ୟାରିୟରରେ ୫୦ରୁ ଅଧିକ ହିଟ ଫିଲ୍ମ ଦେଇଥିଲେ, ଯେଉଁଥିରେ ୯ଟି ବ୍ଲକବଷ୍ଟର ଓ ୯ ସୁପର ହିଟ ଥିଲା । ବହୁ ଫ୍ଲପ ଫିଲ୍ମ ଦେଇ ମଧ୍ୟ ମିଥୁନ ହାର ମାନିନଥିଲେ । ସେ ତାଙ୍କ ଅଭିନୟ ଜାରି ରଖିଥିଲେ । ତେବେ ଖାଲି ତାଙ୍କ ପ୍ରୟାସ ପାଇଁ ତାଙ୍କୁ ଫିଲ୍ମ ମିଳୁଥିଲା, ତାହା ନୁହେଁ, ତାଙ୍କ ଅଭିନୟ ଯୁବପିଢିଙ୍କ ଦ୍ୱାରା ଆଦୃତ ହେଉଥିଲା ।

ମିଥୁନ ଜଣେ ବାସ୍ତବ ଅଭିନେତା ଥିଲେ । ଫ୍ଲପ ପାଇଁ ନିରୁତ୍ସାହିତ ହୋଇ ବସୁନଥିଲେ କି ବଜେଟକୁ ନେଇ ଅଭିନୟକୁ ମନା କରିନଥିଲେ । ଛୋଟ ହେଉ କି ବଡ, ସବୁ ବଜେଟର ଫିଲ୍ମରେ ସେ କାମ କରିଥିଲେ । ଆଉ ଅଭିନୟର ବେଶ ମୋଟା ଅଙ୍କର ମାଲିକ ମଧ୍ୟ ହୋଇଥିଲେ । ରାଜନୀତିରେ ପ୍ରବେଶ କରିବା ପରେ ସେ ତାଙ୍କ ନିର୍ବାଚନୀ ସତ୍ୟପାଠରେ ତାଙ୍କ ପାଖରେ ୧୦୧ କୋଟିର ସମ୍ପତ୍ତି ଥିବା ଦର୍ଶାଇ ଥିଲେ ।

ମିଥୁନ ବଡ ହିଁ ସୌକ ରଖୁଥିଲେ । ତାଙ୍କ କାର କଲେକ୍ସନରେ ରହିଛି ଇନୋଭା, ମର୍ସିଡିଜ୍, ମର୍ସିଡିଜ ବେଞ୍ଜ ଇ କ୍ଲାସ, ଫର୍ଚ୍ୟୁନର, ୱାକ୍ସୱାଗନ ପରି କାର ।

Get real time updates directly on you device, subscribe now.