fbpx

ଟିକାକରଣ ଅଭିଯାନରେ ଖୁବ୍ ଶୀଘ୍ର ଲାଗୁ ହେବ ମିକ୍ସଡ ଆଣ୍ଡ ମ୍ୟାଚ୍ ପ୍ରଣାଳୀ

ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀର ଦ୍ୱିତୀୟ ଲହରରେ ଦିନକୁ ଦିନ ନୂତନ ମାମଲା ହ୍ରାସ ପାଇ ଆସୁଛି । ହେଲେ ମୃତ୍ୟୁ ସଂଖ୍ୟା ଅଧିକ ରହିଛି । ଏଭଳି ପରିସ୍ଥିତିରେ କେନ୍ଦ୍ର ତଥା ରାଜ୍ୟ ସରକାର ଟିକାକରଣକୁ ଜୋରଦାର କରିବା ପାଇଁ ଉଦ୍ୟମ ଚଳାଇଛନ୍ତି । ବର୍ତ୍ତମାନ ସୁଦ୍ଧା ସମଗ୍ର ଦେଶରେ ୨୧ କୋଟିରୁ ଅଧିକ ଲୋକ ଟିକା ନେଇସାରିଲେଣି ।

ହେଲେ ସରକାର ବର୍ତ୍ତମାନ ଟିକାକରଣ ପଦ୍ଧତିରେ ଆଶିଂକ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରୁଛନ୍ତି । ତେବେ ସେହି ପରିବର୍ତ୍ତନ ହେଉଛି ମିକ୍ସଡ ଆଣ୍ଡ ମ୍ୟାଚ୍ ପ୍ରଣାଳୀ । ଏହା ଏକ ନୁତନ ଯୋଜନା ହୋଇଥିବା ବେଳେ ବୈଜ୍ଞାନିକମାନେ ବର୍ତ୍ତମାନ ଅନୁସନ୍ଧାନରେ ନିୟୋଜିତ ଅଛନ୍ତି କି ଭବିଷ୍ୟତରେ ଲୋକଙ୍କୁ ଏହି ମିକ୍ସଡ ଆଣ୍ଡ ମ୍ୟାଚ୍ ରଣନୀତି ଅନୁଯାୟୀ ଟିକା ଦିଆଯାଇପାରିବ କି ନାହିଁ ।

ତେବେ ଏହି ନୁତନ ପ୍ରକାରର ପ୍ରଣାଳୀର ଅର୍ଥ ହେଉଛି କୌଣସି ବ୍ୟକ୍ତିଙ୍କୁ ଦୁଇଟି ଭିନ୍ନ ଟିକାର ଦୁଇଟି ଡୋଜ ଦିଆଯିବ । ତାହା ହେଉଛି, ଗୋଟିଏ କମ୍ପାନୀର ପ୍ରଥମ ଡୋଜ୍ ଏବଂ ଅନ୍ୟ କମ୍ପାନୀର ଦ୍ୱିତୀୟ ଡୋଜ୍ । ବର୍ତ୍ତମାନ ଯାଞ୍ଚ ପରେ ଏନେଇ ନିଷ୍ପତ୍ତି ନିଆଯିବ । ଦେଶରେ ଚାଲିଥିବା ଟିକାକରଣ ଅଭିଯାନ ତଦାରଖ କରୁଥିବା କମିଟିର ଜଣେ ସଦସ୍ୟ ଏହି ସୂଚନା ଦେଇଛନ୍ତି । ଦେଶର ବିଭିନ୍ନ ସ୍ଥାନରୁ ଏଭଳି ରିପୋର୍ଟ ହସ୍ତଗତ ହୋଇଥିବା ବେଳେ ଏନେଇ କୌଣସି ବିଦ୍ଧିବଧ ନିଷ୍ପତ୍ତି ନିଆଯାଇ ନାହିଁ।

Get real time updates directly on you device, subscribe now.