fbpx

ସାଂଘାତିକ ହୋଇପାରେ ଦୁଇଟି ଅଲଗା ଟିକା ନେବା, ସତର୍କ କରାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: କମିନି କରୋନା ଭୟ । ହଟିନି ସଂକ୍ରମଣ । ଦ୍ୱିତୀୟ ତରଙ୍ଗ ପରେ ଭୂତାଣୁର ତୃତୀୟ ଲହର ଦେଶକୁ ମାଡ଼ି ଆସୁଛି ବୋଲି ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ପକ୍ଷରୁ ସତର୍କ କରାଇ ଦିଆଯାଇଛି । ତେବେ ଏହାରି ମଧ୍ୟରେ ଦେଶରେ ଟିକାକରଣକୁ ଦିଆଯାଉଛି ଗୁରୁତ୍ୱ । କିନ୍ତୁ ଅନେକ ରିପୋର୍ଟକୁ ନେଇ ସାଧାରଣ ଜନତା ଦ୍ୱନ୍ଦ୍ୱରେ ବେଳେବେଳେ ପଡୁଛନ୍ତି । କିନ୍ତୁ ଟିକା ନେବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଦୁଇଟି ଭିନ୍ନ ଟିକା ନେବା ଘାତକ ସାବ୍ୟସ୍ତ ହୋଇପାରେ ।

ଟିକା ପ୍ରସ୍ତୁତି ଓ ଟିକାକରଣକୁ ନେଇ ବିଭିନ୍ନ ଦେଶର ବିଶେଷଜ୍ଞ ଗବେଷଣା ଚଳାଇଥିବାବେଳେ ମକ୍ଟଳର ଟିକା ନେବା ସପକ୍ଷରେ ଆଗରୁ ଅନେକ ମତ ଦେଇସାରିଛନ୍ତି । କିନ୍ତୁ ମିକ୍ସ ଆଣ୍ଡ ମ୍ୟାଜ୍ ବା କକଟେଲ ଟିକା ନେବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଇଛି ନୂଆ ତଥ୍ୟ । ଭିନ୍ନ ଭିନ୍ନ କମ୍ପାନୀର ଟିକା ଡୋଜ୍ ନେବା ଅତି ଘାତକ ସାବ୍ୟସ୍ତ ହୋଇପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଅନତ୍ୟମ ପ୍ରମୁଖ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ ସତର୍କ କରାଇଛନ୍ତି । ଦୁଇଟି ପ୍ରକାର ଟିକା ନେଲେ ତାହା ମାରାତ୍ମକ ସାବ୍ୟସ୍ତ ହୋଇପାରେ ବୋଲି ଡ. ସ୍ୱାମୀନାଥନ ପ୍ରକାଶ କରିଛନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞ କୌଣସି ସ୍ପଷ୍ଟ ଅଧ୍ୟୟନ ଆସିନଥିବାରୁ ଏଭଳି ଅଲଗା ଟିକା ନେବା ଆଦୌ ଠିକ୍ ନୁହେଁ ବୋଲି ସେ କହିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆବଶ୍ୟକ ସ୍ଥଳେ ଭିନ୍ନ କମ୍ପାନୀର ଦୁଇଟି ଡୋଜ୍ ନିଆଯାଇପାରେ ବୋଲି କେତେକ ବିଶେଷଜ୍ଞ ମତ ଦେଉଛନ୍ତି ।

Get real time updates directly on you device, subscribe now.