fbpx

ଆଜିଠୁ ସମସ୍ତ ବିଧାୟକ, କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି ହେବ କୋଭିଡ୍‌ ଓ ଆଣ୍ଟିବଡି ଟେଷ୍ଟ, ୩ ଦିନ ଧରି ଚାଲିବ: ୨୯ରେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର (ଭାସ୍କର ନ୍ୟୁଜ): ଏଥର ବି ସମ୍ପୂର୍ଣ୍ଣ କୋଭିଡ୍‌ କଟକଣା ଓ ସତର୍କତା ଭିତରେ ବିଧାନସଭା ଶୀତ ଅଧିବେଶନ ଅନୁଷ୍ଠିତ ହେବ । କୋଭିଡ ନେଗେଟିଭ୍‌ ସାର୍ଟିଫିକେଟ ବିନା ବିଧାନସଭା ପରିସରକୁ କେହି ପ୍ରବେଶ କରିପାରିବେ ନାହିଁ । ତେଣୁ ଆଜିଠୁ ୩ ଦିନ ଯାଏଁ ବିଧାନସଭା ପରିସରରେ କୋଭିଡ ଓ ଆଣ୍ଟିବଡି ଟେଷ୍ଟ କରାଯିବ। ସମସ୍ତ ବିଧାୟକ, ଗଣମାଧ୍ୟମ ପ୍ରତିନିଧି, ବିଧାୟକଙ୍କ ଡ୍ରାଇଭର ଓ ସୁରକ୍ଷା କର୍ମୀଙ୍କର ମଧ୍ୟ ନମୁନା ପରୀକ୍ଷା କରାଯିବ । ଏଥିପାଇଁ ଆସନ୍ତା ୨୮,୨୯ ଓ ୩୦ ତାରିଖ ଦିନ ଧାର୍ଯ୍ୟ କରାଯାଇଛି । ଏନେଇ ପୂର୍ବରୁ ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଥିଲେ।

ଚଳିତ ଥର  କୋଭିଡ୍‌ କଟକଣା ଭିତରେ ଶୀତ ଅଧିବେଶନ ଚାଲିବ ବୋଲି ଜଣାଯାଇଛି । ବିଧାନସଭାର ସଦସ୍ୟମାନେ ଗୃହରେ ବସିବା ସହିତ ବାଚସ୍ପତି ଗ୍ୟାଲେରି, ପବ୍ଲିକ ଗ୍ୟାଲେରି, ଲୋକସେବା ଭବନରୁ ଯୋଗ ଦେଇପାରିବେ । ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ, ବିଧାୟିକାଙ୍କର କୋଭିଡ୍‌ ଟେଷ୍ଟ କରାଯିବ । ଏନେଇ ସ୍ୱାସ୍ଥ୍ୟ ବିଭାଗର ସଚିବ ଓ ଅଧିକାରୀଙ୍କ ସହିତ ଆଲୋଚନା କରାଯାଇଛି । ବିଏମସି ତରଫରୁ ମଧ୍ୟ ବିଧାନସଭାକୁ ପ୍ରତିଦିନ ବିଶୋଧନ କରାଯିବ । ତେବେ ବିଧାନସଭା କେତେ ସମୟ ଚାଲିବ ସେନେଇ ଆସନ୍ତା ୨୯ ତାରିଖରେ ହେବାକୁ ଥିବା ସର୍ବଦଳୀୟ ବୈଠକରେ ନିଷ୍ପତି ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.