fbpx

Video; ବର୍ଷା ସମୟରେ ହଠାତ୍ ମେଡିକାଲକୁ ପଶି ଆସିଲେ ବିଧାୟକ, ଡରରେ ଥରିଲେ ନର୍ସ ଓ ଡାକ୍ତର…

Advertisement

ପୁରୀ: (ଓଡ଼ିଶା ଭାସ୍କର) ବାହାରେ ପ୍ରବଳ ବର୍ଷା ହେଉଥିବା ବେଳେ ଅଚାନକ ମେଡିକାଲ ଭିତରକୁ ପସିଆସିଲେ ବିଧାୟକ । ଧହପଡ ହୋଇ ଠିଆ ପଡିଲେ ସମସ୍ତ କର୍ମଚାରୀ । ହେଲେ ବିଧାୟକ କାହାକୁ କିଛି କହିଲେନି ଫଟୋ ଉଠାଇଲେ ଭିଡିଓ କଲେ, ତନତନ କରି ମେଡିକାଲର କୋଣ ଅନୁକୋଣ ବୁଲି ଟିକିନିକ ଖବର ନେଲେ, ଯାହାକୁ ଦେଖି ଭୟରେ ଥରିଲେ ଡାକ୍ତରଙ୍କ ଠାରୁ ଆରମ୍ଭ କରି ମେଡିକାଲ ଅନ୍ୟ କର୍ମଚାରୀ ।

ରୋଗୀ ସେବା ଠିକ ଭାବରେ ଚାଲିଛି କି ନାହିଁ, କେଉଁଭଳି ଅବସ୍ଥାରେ ମେଡିକାଲରେ ରୋଗୀମାନେ ରହୁଛନ୍ତି, ଡାକ୍ତର ନର୍ସମାନେ ଠିକ ଭାବରେ ନିଜର ଡ୍ୟୁଟି କରୁଛନ୍ତି କି ନାହିଁ, ୫ ଟି ମାଧ୍ୟମରେ ରୋଗୀମାନଙ୍କ ପାଇଁ ହୋଇଥିବା ସବୁ ସୁବିଧା ସୁଯୋଗ ମିଳୁଛି କି ନାହିଁ ତାକୁ ନେଇ ତଦାରଖ କରିଥିଲେ । ଗୋଟି ଗୋଟି କରି ସମସ୍ଥଙ୍କୁ ପ୍ରଶ୍ନ ପଚାରିଥିଲେ । ସରକାର ବଦଳିଲେ ଏବେ ପୁରା ଆକ୍ସନ ମୋଡ଼ରେ ରାଜନେତାଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ । ଦିନକୁ ଦିନ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ଅଚଂଳରେ ଯାହା ୨୫ ବର୍ଷରେ ହୋଇନଥିଲା ତାହା ଏବେ ହେବ ।

ହଠାତ୍ କାହାକୁ କିଛି ନକହି ନବନିର୍ବାଚିତ ବିଧାୟକ ପ୍ରଥମ ଗସ୍ତରେ ନିଜ ଅଚଂଳର ମେଡିକାଲକୁ ଯାଇଥିଲେ । ସେଠାରେ ପହଂଚି ବିଧାୟକ ଠିଆ ଠିଆ ସରକାରୀ କର୍ମଚାରୀଙ୍କୁ ଜଣ ଜଣ କରି ଟ୍ୟୁୟସନ୍ କରିଛନ୍ତି । ଗୁରୁବାର ଦିନ ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଚାନକ ଗସ୍ତ କରିଛନ୍ତି ନୂତନ ବିଧାୟକ ଓଁପ୍ରକାଶ ମିଶ୍ର । ସ୍ୱାସ୍ଥ୍ୟକେନ୍ଦ୍ର ରେ ୫ଟି ନାମରେ କେବଳ ଅର୍ଥ ଆତ୍ମସାତ ହୋଇଥିବା ନିଜେ ଅନୁଭବ କରିଥିବା କହିଛନ୍ତି ବିଧାୟକ । ଆସନ୍ତା ଦିନରେ ସତ୍ୟବାଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଉନ୍ନତି ଦିଗରେ ନିଆଯିବା ସହିତ ଜନତାଙ୍କ ପାଇଁ ଅସୁବିଧା ଦୂର ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଧାୟକ ଓଁପ୍ରକାଶ ମିଶ୍ର ।

 

Get real time updates directly on you device, subscribe now.