fbpx
BSKY SKY
BSKY SKY

ସମର୍ଥକଙ୍କ ଚାଲାଣ କାଟିବାରୁ ପୋଲିସକୁ ଧମକାଇଲେ ବିଧାୟକ, କାନମୁଣ୍ଡା ଆଉଁସି ନିଜେ ଦେଲେ ଜରିମାନା

BSKY

କାନପୁର, ୧୭ା୫: ନିଜ ସମର୍ଥକଙ୍କ ସପକ୍ଷରେ ପୋଲିସ ସହ ଯୁକ୍ତି କରିବା ସମାଜବାଦୀ ପାର୍ଟିର ଜଣେ ବିଧାୟକଙ୍କୁ ମହଙ୍ଗା ପଡ଼ିଛି । ନିଜ ସମର୍ଥକଙ୍କ ଚାଲାଣ କଟାଯିବା ପରେ ବିଧାୟକ ଇରଫାନ ସୋଲଙ୍କି ଥାନାକୁ ଯାଇ ହଙ୍ଗାମା କରିଥିଲେ । ତେବେ ବିଧାୟକ ଇରଫାନ ମାସ୍କ ପିନ୍ଧି ନଥିବାରୁ ପୋଲିସ ତାଙ୍କ ଠାରୁ ଜରିମାନା ଆଦାୟ କରିଥିବା ଜଣାପଡ଼ିଛି ।

ଇରଫାନଙ୍କ ଜଣେ ସମର୍ଥକଙ୍କର ଚାଲାଣ ପୋଲିସ କାଟିଥିଲା । ଏଥିରେ କ୍ରୋଧିନ୍ୱିତ ହୋଇ ଇରଫାନ ନିଜ ସମର୍ଥକଙ୍କ ସହ ଥାନାରେ ପହଞ୍ଚି ବୋବାଲ ମଚାଇଥିଲେ । ତେବେ ମାସ୍କ ପିନ୍ଧି ନଥିବାରୁ ପୋଲିସ ବିଧାୟକଙ୍କ ଠାରୁ ୧ ହଜାର ଟଙ୍କା ଜରିମାନା ଆଦାୟ କରିଥିଲା । ଏହାପରେ ବିଧାୟକ ପୋଲିସକୁ ଧମକ ଦେଇ କହିଥିଲେ- ‘ଚାଲାଣ କାଟିବାକୁ ତୁମର ସାହାସ କେମିତି ହେଲା । ଏବେ ତୁମେ ରହିବ ନା ମୁଁ’ । ତେବେ ଏହି ଘଟଣା ପରେ ପୋଲିସ କମିଶନର ଚାଲାଣ କାଟିଥିବା ଦୁଇ ପୋଲିସଙ୍କୁ ୧ ହଜାର ଟଙ୍କାର ପୁରସ୍କାର ଦେଇ ସମ୍ମାନିତ କରିଥିଲେ । ଇରଫାନ କାନପୁରର ସିସାମଉ ବିଧାନସଭା ଆସନରୁ ସମାଜବାଦୀ ପାର୍ଟିର ବିଧାୟକ ଅଟନ୍ତି ।

Get real time updates directly on you device, subscribe now.