fbpx
BSKY SKY
BSKY SKY

କରୋନାରେ ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ

BSKY

ଭୁବନେଶ୍ୱର, ୧୭ା୫ (ଓଡିଶା ଭାସ୍କର): ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତି ଆଉ ନାହାନ୍ତି । ୬୩ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି । ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି । ଗତ ୩ ଦିନ ହେଲା ସେ ଭେଣ୍ଟିଲେଟରରେ ରହିଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ଅମରେନ୍ଦ୍ରଙ୍କର ମୃତ୍ୟୁ ଘଟିଥିବା ତାଙ୍କ ଝିଅ ଅନ୍ୱେଷା ମହାନ୍ତି ସୂଚନା ଦେଇଥିବା ଜଣାପଡ଼ିଛି ।

ଅମରେନ୍ଦ୍ରଙ୍କ ମୃତ୍ୟୁ ଓଡ଼ିଶାର ଚଳଚ୍ଚିତ୍ର ଜଗତ ପାଇଁ ଏକ ବିରାଟ କ୍ଷତି । ସେ ଅନେକ ଫିଲ୍ମ, ଆଲବମ ଓ ଭଜନରେ ସଙ୍ଗୀତ ନିର୍ଦ୍ଦେଶନା ଦେଇ ଓଡ଼ିଶାର ଘରେ ଘରେ ପରିଚିତ ଥିଲେ । ଅଭିନେତା ସିଦ୍ଧାନ୍ତ ମହପାତ୍ରଙ୍କ ଅଭିନୀତ ‘ସୁନା ପଞ୍ଜୁରୀ’ ଫିଲ୍ମର ‘ପୁଚୁକି ଗାଲି….’ ଗୀତ ପାଇଁ ସେ ବେଶ ଲୋକପ୍ରିୟ ହୋଇଥିଲେ । କିଛିଦିନ ପୂର୍ବରୁ ସେ କରୋନାରେ ଆକ୍ରାନ୍ତରେ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ହଠାତ୍ ତାଙ୍କର ମୃତ୍ୟୁରେ ଓଡ଼ିଶା ସିନେ ଜଗତ ସ୍ତବ୍ଧ ହୋଇଯାଇଛି ।

Get real time updates directly on you device, subscribe now.