fbpx
BJD SKY
BJD SKY

ବିଧାୟକଙ୍କ ପାଇଁ ନୂଆ ନିୟମାବଳୀ: ବିଧାନସଭା ଗୃହକୁ ମୋବାଇଲ, ବ୍ୟାନର, ପୋଷ୍ଟର ନେବା ଉପରେ ଲାଗିବ ରୋକ

BJD

ନୂଆଦିଲ୍ଲୀ: ଏଣିକି ବିଧାୟକମାନେ ବିଧାନସଭା ଗୃହକୁ ମୋବାଇଲ ଫୋନ, ପତାକା, ବ୍ୟାନର ଓ ପୋଷ୍ଟକ ନେଇ ଯାଇ ପାରିବେ ନାହିଁ । ଏହିସବୁ ଜିନିଷ ଉପରେ ଲାଗୁ ହେବ କଟକଣା । ଅନେକ ସମୟରେ ଗୃହର ସଦସ୍ୟମାନେ ବ୍ୟାନର ଦେଖାଇ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିଥାନ୍ତି । ତେଣୁ ଗୃହ କାର୍ଯ୍ୟକୁ ସୁରୁଖୁରୁରେ ଚଳାଇବା ପାଇଁ ନିୟମ ଲାଗୁ ହେବ । ଏହି ନିୟମ ଲାଗୁ ହେବା ପରେ ବିଧାୟକମାନେ ଗୃହରେ ପତାକା କି ଅନ୍ୟ କୌଣସି ବସ୍ତୁ ପ୍ରଦର୍ଶିତ କରିପାରିବେ ନାହିଁ ।

ସୂଚନା ମୁତାବକ, ଉତ୍ତରପ୍ରଦେଶ ବିଧାନସଭାରେ ଲାଗୁ ହେବାକୁ ଯାଉଛି ଏଭଳି ନିୟମ । ଗୃହର ସଦସ୍ୟଙ୍କ ଆଚରଣ ପାଇଁ କଠୋର ନିୟମାବଳୀ ଆସିବା ସହିତ କାର୍ଯ୍ୟ ପ୍ରକ୍ରିୟାକୁ ସରଳ କରାଯିବ । ନିୟମ ମୁତାବକ, ଏଣିକି ସଦନ ମଧ୍ୟରେ କୌଣସି ଡକ୍ୟୁମେଣ୍ଟକୁ ଚିରିବାକୁ ଅନୁମତି ଦିଆଯିବ ନାହିଁ । ଗତ ୭ ତାରିଖ ଦିନ ଏହି ନିୟମାବଳୀ ବିଧାନସଭାରେ ଆଗତ କରାଯାଇଥିଲା । ଆଜି ଏହି ନିୟମକୁ ଗୃହରେ ମଞ୍ଜୁରୀ ମିଳିବା ନେଇ ଯୋଜନା ରଖାଯାଇଛି ।

ଗୃହର ଅଧ୍ୟକ୍ଷ ମହାନା ଗଣମାଧ୍ୟମକୁ କହିଛନ୍ତି, ଏହି ନିୟମାବଳୀ ଉପରେ ଆଜି ବିଧାନସଭାରେ ଚର୍ଚ୍ଚା କରାଯିବ । ଥରେ ଏହା ବିଧାନସଭାରରେ ଗୃହୀତ ହେବା ପରେ ଉତ୍ତରପ୍ରଦେଶ ବିଧାନସଭାର ପ୍ରକ୍ରିୟା ଓ କାର୍ଯ୍ୟ ସଞ୍ଚାଳନ ନିୟମାବଳୀ ୧୯୫୮ ବଦଳରେ କାର୍ଯ୍ୟ ପ୍ରକ୍ରିୟା ଓ କାର୍ଯ୍ୟ ସଞ୍ଚାଳନ ନିୟମାବଳୀ ୨୦୨୩ କାର୍ଯ୍ୟକାରୀ ହେବ । କୌଣସି ବିଧାୟକ ଯେ କୌଣସି ପ୍ରସଙ୍ଗକୁ ନେଇ ବିରୋଧ କରିବା ବା କହିବା ପାଇଁ ଅଧ୍ୟକ୍ଷଙ୍କ ନିକଟକୁ ଯାଇ ପାରିବେ ନାହିଁ । ବିଧାୟକମାନେ ଘରେ, ନିଜର ଅଫିସରେ ଓ କାରରେ ବସି ଗୃହ କାର୍ଯ୍ୟରେ ସାମିଲ ହୋଇ ପାରିବେ । ଗୃହ କାର୍ଯ୍ୟରେ ବିଧାୟକମାନେ ଭର୍ଚୁଆଲରେ ସାମିଲ ହେବା ଉତ୍ତରପ୍ରଦେଶ ବିଧାନସଭା ଦେଶରେ ପ୍ରଥମ ଥର ପାଇଁ ଲାଗୁ କରିଛି ।

Get real time updates directly on you device, subscribe now.