fbpx

ସୋମବାରଠୁ ସମସ୍ତ ରୁଟ୍‌ରେ ଗଡ଼ିବ ‘ମୋ ବସ୍‌’, ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): କରୋନା ମହାମାରୀ କଟକଣା ପାଇଁ ବନ୍ଦ ଥିବା ‘ମୋ ବସ୍‌’ ସେବା ଆସନ୍ତା ୨ତାରିଖ ଅର୍ଥାତ ସୋମବାରରୁ ପୁଣି ଥରେ ଚାଲିବ । ରାଜ୍ୟ ସରକାରଙ୍କ କୋଭିଡ୍‌ ଗାଇଡଲାଇନ୍‌ ପାଳନ କରି ଏହି ବସ୍‌ ଚଳାଚଳ ଆରମ୍ଭ କରାଯିବ ବୋଲି କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ) ଜେନେରାଲ ମ୍ୟାନେଜର ଦୀପ୍ତି ମହାପାତ୍ର କହିଛନ୍ତି ।

ସେ କହିଛନ୍ତି ଯେ, ଆସନ୍ତା ସୋମବାରରୁ ସମସ୍ତ ୨୫ଟି ରୁଟ୍‌ରେ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ‘ମୋ ବସ୍‌’ ଚାଲିବ । ସୋମବାରୁ ଶୁକ୍ରବାର ପର୍ଯ୍ୟନ୍ତ ଏସବୁ ମାର୍ଗରେ ମୋଟ ୧୯୪ଟି ବସ୍‌ ଚଳପ୍ରଚଳ କରିବ । ସାପ୍ତାହିକ ସଟଡାଉନ୍‌ ଯୋଗୁ ଶନିବାର ଓ ରବିବାର ବସ୍‌ ସେବା ବନ୍ଦ ରହିବ । ତେବେ ଏହି ସାପ୍ତାହିକ ସଟଡାଉନ୍‌ ବେଳେ ବିମାନବନ୍ଦରରୁ ରେଳଷ୍ଟେସନ ପର୍ଯ୍ୟନ୍ତ ବସ୍‌ ସେବା ଜାରି ରହିବ । ତେବେ ସୋମବାରଠୁ ସବୁ ମାର୍ଗରେ ବସ୍‌ ଚଳପ୍ରଚଳ କଲେ ମଧ୍ୟ ବସରେ କୌଣସି ଯାତ୍ରୀଙ୍କୁ ଠିଆ ହୋଇ ଯିବାକୁ ସୁଯୋଗ ମିଳିବ ନାହିଁ । ସମସ୍ତ ଯାତ୍ରୀଙ୍କ ପାଇଁ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି । ବିନା ମାସ୍କରେ ବସ ଭିତରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ । ମୋ ବସ୍‌ରେ ଯାତାୟତ ବେଳେ ଯାତ୍ରୀମାନେ ନିଜ ଆଡ଼ୁ ସତର୍କତାମୂଳକ ପଦକ୍ଷେପ ନିଅନ୍ତୁ ବୋଲି ଶ୍ରୀ ମହାପାତ୍ର ଅନୁରୋଧ କରିଛନ୍ତି । ‘ମୋ ବସ୍‌’ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଦୁଇ ଡୋଜ୍‌ ଟିକା ନେଇସାରିଛନ୍ତି । ନିୟମିତ ଭାବେ ବସଗୁଡ଼ିକ ସାନିଟାଇଜ୍‌ କରାଯାଉଛି ଓ ଯାତ୍ରୀଙ୍କ ନିରାପତ୍ତାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.