fbpx

ବିଧାନସଭା ଘେରିଲା ‘ମୋ ଦଳ’, ରାଜ୍ୟରେ ଶାସନ ବ୍ୟବସ୍ଥାକୁ ବିରୋଧ କାରି ପ୍ରତିବାଦ

ଭୁବନେଶ୍ୱର: ରାଜ୍ୟ ବିଧାନସଭା ସାମ୍ନାରେ ‘ମୋ ଦଳ’ ଆନ୍ଦୋଳନ ଜାରି ରଖିବା ଖବର ସାମ୍ନାକୁ ଆସିଛି । ରାଜ୍ୟରେ ଚାଲିଥିବା ଶାସନ ବ୍ୟବସ୍ଥାକୁ ନେଇ ଦଳ ପକ୍ଷରୁ ଆନ୍ଦୋଳନ ଜାରି ରହିଛି । ତେଣୁ ବିଧାନସଭା ସମ୍ମୁଖରେ ମୋ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ଆଜି ବିଧାନସଭାର ମୌସୁମୀ ଅଧିବେସନ ୯.୩୦ ସୁଦ୍ଧା ଆରମ୍ଭ ହେବାକୁ ଯାଉଛି । କିନ୍ତୁ ଏହା ପୁର୍ବରୁ ମୋ ଦଳର ନେତା ଅକ୍ଷୟ କୁମାରଙ୍କ ନେତୃତ୍ୱରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ବିଧାନସଭା ମଧ୍ୟକୁ ଧସେଇ ପଶିବାକୁ ସଦସ୍ୟଙ୍କ ଉଦ୍ୟମ ଜାରି ରହିଛି । ଧସେଇ ପଶିବାକୁ ଉଦ୍ୟମ ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି ।

ଘଟଣାସ୍ଥଳରେ ହୋହାଲାକୁ ନେଇ ଡିସିପି, କର୍ମୀଙ୍କୁ ପୋଲିସ ଅଟକ ରଖିଛି । ବିକ୍ଷୋଭକାରୀଙ୍କ କହିବାନୁସାରେ, ରାଜ୍ୟରେ ମନ୍ତ୍ରୀଏବଂ ବିଧାୟକମାନେ କାହିଁକି ବିଧାନସଭାକୁ ଯିବେ ବୋଲି ପ୍ରଶ୍ନ କରିଛନ୍ତି । କାରଣ ସେମାନଙ୍କର କୌଣସି କତ୍ତୃତ୍ୱ ରହୁନାହିଁ ବୋଲି ଦାବି କରିଛନ୍ତି ।

Get real time updates directly on you device, subscribe now.