fbpx

‘ମୋ ସ୍କୁଲ ଅଭିଯାନ’କୁ ‘ପଞ୍ଚସଖା ଶିକ୍ଷା ସେତୁ’ ନାମରେ ନାମିତ କରାଗଲା

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବଦଳିଲା ‘ମୋ ସ୍କୁଲ ଅଭିଯାନ’ ନାଁ । ‘ମୋ ସ୍କୁଲ ଅଭିଯାନ’କୁ ‘ପଞ୍ଚସଖା ଶିକ୍ଷା ସେତୁ’ ନାମରେ ନାମିତ କରାଗଲା । ୨୦୧୭ରୁ ଆରମ୍ଭ ହୋଇଥିଲା ଏହି ‘ମୋ ସ୍କୁଲ୍ ଅଭିଯାନ’ । ଏଣିକି ‘ପଞ୍ଚସଖା ଶିକ୍ଷା ସେତୁ’ ନାମରେ ହେବ ସମସ୍ତ କାର୍ଯ୍ୟ । ଏନେଇ ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନକୁ ଗଣଶିକ୍ଷା ବିଭାଗର ଚିଠି । ଓଡ଼ିଶାରେ ବିଜେଡି ସରକାର ପୂର୍ବରୁ ଆରମ୍ଭ କରିଥିବା ଅନେକ ଯୋଜନାର ନାମ ପରିବର୍ତ୍ତନ କରିଛନ୍ତି ମୋହନ ସରକାର ।

କାଳିଆ ଯୋଜନାର ନାମ ପରିବର୍ତ୍ତନ କରି ମୁଖ୍ୟମନ୍ତ୍ରୀ-କିଷାନ ଯୋଜନା ଏହାବ୍ୟତୀତ ଆମ ଓଡ଼ିଶା ଓ ନବୀନ ଓଡ଼ିଶାକୁ ଯଥାକ୍ରମେ ବିକଶିତ ଗାଁ ଓ କିକଶିତ ଓଡ଼ିଶା ନାମରେ ନାମିତ କରାଯାଇଛି । BSKY (ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା)କୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ମୋ ସ୍କୁଲ ଅଭିଯାନକୁ ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ ନାମରେ ନାମିତ କରାଯାଇଛି । ‘ମେକ୍ ଇନ୍ ଓଡ଼ିଶା’ର ନାମ ଏବେ ‘ଉତ୍କର୍ଷ ଉତ୍କଳ’ ।

Get real time updates directly on you device, subscribe now.