fbpx

ଚଳନ୍ତା ଟ୍ରେନ୍‌ରେ ନାବାଳିକାକୁ ଅସଦାଚରଣ; ରେଳ କର୍ମଚାରୀଙ୍କୁ ପିଟି ପିଟି ହତ୍ୟା କଲେ ଯାତ୍ରୀ

ପାଟନା: ବରାଉନିରୁ ବିହାରର ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ହମସଫର ଏକ୍ସପ୍ରେସର ଏସି ବଗିରେ ଜଣେ ରେଳ କର୍ମଚାରୀଙ୍କୁ ହତ୍ୟା କରିଛନ୍ତି ଯାତ୍ରୀ । ଜଣେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ ହେବା ଏହି ହତ୍ୟାକାଣ୍ଡର କାରଣ ବୋଲି ଅଭିଯୋଗ ହୋଇଛି । ମୃତ ରେଳ କର୍ମଚାରୀଙ୍କ ନାମ ପ୍ରଶାନ୍ତ କୁମାର ବୋଲି ପୋଲିସ କହିଛି । ଏହି ଘଟଣାରେ ନାବାଳିକାଙ୍କ ମା’ ପ୍ରଶାନ୍ତ କୁମାରଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିଲେ ।

ଅନ୍ୟପକ୍ଷରେ ପ୍ରଶାନ୍ତ କୁମାରଙ୍କ ପରିବାର ଲୋକେ ଏହି ଘଟଣାକୁ ହତ୍ୟା କାଣ୍ଡ ବୋଲି କହି ଥାନାରେ ଅଭିଯୋଗ କରିଛନ୍ତି । ବାସ୍ତବରେ ବିହାରରୁ ଦିଲ୍ଲୀ ଯାଉଥିବା ହମସଫର ଏକ୍ସପ୍ରେସରେ ଏହି ଘଟଣା ଘଟିଛି । ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ରେଳକର୍ମଚାରୀ ଅସଦାଚରଣ କରିବା ସହ ଅଭିଯୁକ୍ତଙ୍କୁ ଧରି ମାରିଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଲକ୍ଷ୍ନୌର ଆଇଶବାଗ ଓ କାନପୁର ମଧ୍ୟରେ ଏହି ପୂରା ଘଟଣା ଘଟିଛି ।

ମେମୋ ଆଧାରରେ ଜିଆରପିକୁ ଘଟଣା ସମ୍ପର୍କରେ ଜଣାଇବା ପରେ ରେଳ କର୍ମଚାରୀଙ୍କୁ ସେଣ୍ଟ୍ରାଲ ଷ୍ଟେସନରେ ଛାଡ଼ି ଦିଆଯାଇଥିଲା । ତେବେ ମାଡ଼ ମାରିବା ପରେ ଲୋକେ ଜିଆରପିକୁ ଘଟଣା ସମ୍ପର୍କରେ ଜଣାଇଥିବା ଜଣାପଡ଼ିଛି । ଅଭିଯୁକ୍ତକୁ ଉତ୍ତ୍ୟକ୍ତ ଲୋକେ ମାଡ଼ ମାରିଥିଲେ ଏବଂ ଅବସ୍ଥା ସଙ୍କଟାପନ୍ନ ହେବାରୁ ଜିଆରପି ତାଙ୍କୁ ଡାକ୍ତରଖାନା ନେଇଥିଲା, ଯେଉଁଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ଜିଆରପି ପୋକ୍ସୋ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରିଛି ।

Get real time updates directly on you device, subscribe now.