ନୂଆଦିଲ୍ଳୀ: କରୋନା କାଳରେ ଅନଲାଇନ୍ ପାଠ ପଢ଼ା ଯୋଗୁଁ ଅନେକ ପିଲା ମୋବାଇଲ ଫୋନ୍ ର ଖୁବ୍ ବ୍ୟବହାର କରିଥିଲେ । ଏହି କାରଣୁ ପାଠପଢ଼ା ବ୍ୟତୀତ ପିଲାଙ୍କଠାରେ ମୋବାଇଲ ଫୋନ୍ ଦେଖିବାର ପ୍ରବୃତ୍ତି ବଢ଼ିଛି । ଅବଶ୍ୟ ଏବେ ଅଫଲାଇନ୍ କ୍ଲାସ୍ ଆରମ୍ଭ ହୋଇଛି । ତଥାପି ପିଲାଙ୍କଠାରେ ମୋବାଇଲ ଫୋନ୍ ଅଭ୍ୟାସ ଛାଡ଼ିନାହିଁ । ଯାହାକୁ ନେଇ ଚିନ୍ତାରେ ଅଭିଭାବକ ।
ତେବେ ମୋବାଇଲର ବ୍ୟବହାରକୁ ନେଇ ବିଶେଷଜ୍ଞ କହିଛନ୍ତି ଯେ ମୋବାଇଲ ଫୋନରୁ ବାହାରୁଥିବା କିରଣରୁ ଅନେକ ପିଲାଙ୍କୁ ନୂଆ ନୂଆ ରୋଗ ହେଉଛି । ମୋବାଇଲର ଅଭ୍ୟାସ ଏତେ ବଢ଼ିଛି ଯେ ଯଦି କେହି ପିଲା ହାତରୁ ମୋବାଇଲ ଛଡ଼ାଉଛନ୍ତି ତେବେ ସେ ଆକ୍ରାମକ ହେଉଛନ୍ତି । ସ୍ମାର୍ଟଫୋନରୁ ବାହାରୁଥିବା ବ୍ଲୁ ଲାଇଟ୍ ଯୋଗୁଁ ନା କେବଳ ଶୋଇବାରେ ଅସୁବିଧା ହୋଇଥାଏ, ବରଂ ବାରମ୍ବାର ନିଦ ଭାଙ୍ଗିଥାଏ । ଏହାର ଅଧିକ ବ୍ୟବହାର ରେଟିନାକୁ ହାନି ପହଞ୍ଚିଥାଏ । ମୋବାଇଲରେ ସବୁବେଳେ ଲାଗିରହିବା ଦ୍ୱାରା ନିଜର ଦିନଚର୍ଯ୍ୟା ଅନିୟମିତ ହୋଇଥାଏ । ଏହାଦ୍ୱାରା ମୋଟାପଣ ଏବଂ ଟାଇପ୍-୨ ଡାଇବେଟିସର ଆଶଙ୍କା ବଢ଼ିଥାଏ ।
ଅନେକ ସମୟରେ ଦେଖାଯାଇଛି ଯେ ପିଲାମାନେ ହଇରାଣ ନକରନ୍ତୁ ଏଥିପାଇଁ ମାତାପିତା ପିଲାଙ୍କୁ ମୋବାଇଲ ଧରାଇ ଦେଇଥାନ୍ତି । କାନ୍ଦୁଥିଲେ ଚୁପ୍ କରିବାପାଇଁ ମୋବାଇଲ ଧରାଇଦେଇଥାନ୍ତି । ଏମିତିରେ ସେମାନଙ୍କ ସହ ଖେଳିନଥାନ୍ତି । ଏମିତିରେ ପିଲାଦିନ ମୋବାଇଲର ଦୁଃଷ୍ପ୍ରଭାବରେ ଫସିଯାଇଛି । ପିଲାମାନେ ପଢ଼ିବା ପାଇଁ ମୋବାଇଲ, ଲାପଟପ୍ ର ବ୍ୟବହାର କରୁଛନ୍ତି । ଅନେକ ପିଲା ଦିନସାରା ମୋବାଇଲରେ ଲାଗିରହୁଛନ୍ତି ଏହାଯୋଗୁଁ ଆଖିରେ ଅସୁବିଧା ହେଉଥିବା ମଧ୍ୟ ସାମ୍ନାକୁ ଆସିଛି । ସେହିଭଳି ଆଖିରେ ଶକ୍ତି କମିବା, ସଂକ୍ରମଣ ବିପଦ ବଢ଼ିବା ମଧ୍ୟ ଦେଖାଯାଉଛି ।
ସେହିପରି ମୋବାଇଲ ଫୋନର ଅଧିକ ବ୍ୟବହାର ଦ୍ୱାରା ପିଲାଙ୍କ ଠାରେ ଅସ୍ଥିରତା, ଚିଡ଼ିଚିଡ଼ା ହେବା, ଉଦାସ ହେବା, ଖାଦ୍ୟ ନଖାଇବା ଇତ୍ୟାଦି ଲକ୍ଷଣ ଦେଖାଦେଇଥାଏ । ଏଭଳି ସ୍ଥିତିରେ ଔଷଧ କାମ କରିନଥାଏ । ଏଭଳି ସ୍ଥିତିରେ ପିଲାଙ୍କୁ କାଉନସେଲିଂ, ବିହେଭିୟର ଥେରାପି ଦିଆଯାଇଥାଏ ।