fbpx

ଏଣିକି ଶସ୍ତା ହୋଇଯିବ ମୋବାଇଲ ଫୋନ୍, ବଜେଟ୍ ପୂର୍ବରୁ କେନ୍ଦ୍ର ସରକାର ଦେଲେ ବଡ଼ ରିଲିଫ୍

ନୂଆଦିଲ୍ଲୀ: ବଜେଟ୍ (ବଜେଟ୍ ୨୦୨୪) ପୂର୍ବରୁ କେନ୍ଦ୍ର ସରକାର ଏକ ବଡ ଘୋଷଣା କରିଛନ୍ତି । ମୋବାଇଲ୍ ଫୋନ୍ ତିଆରିରେ ବ୍ୟବହୃତ ସାମଗ୍ରୀର ଆମଦାନୀ ଉପରେ ଆମଦାନୀ ଶୁଳ୍କ ହ୍ରାସ କରାଯାଇଛି । ସିଏନବିସି-ଟିବି୧୮ ର ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ସେମାନଙ୍କ ଆମଦାନୀ ଉପରେ ୧୦ ପ୍ରତିଶତ ଶୁଳ୍କ ଲାଗୁ ହେବ ।

ଏହାପୂର୍ବରୁ ଏହା ଉପରେ ୧୫ ପ୍ରତିଶତ ଡ୍ୟୁଟି ଦେବାକୁ ପଡୁଥିଲା, ଅର୍ଥାତ ଡ୍ୟୁଟିରେ ୩୩ ପ୍ରତିଶତରୁ ଅଧିକ ହ୍ରାସ ଘଟିଛି । ଏହି ଉପାଦାନଗୁଡ଼ିକରେ ବ୍ୟାଟେରୀ ଏନକ୍ଲୋଜର, ପ୍ରାଥମିକ ଲେନ୍ସ, ପଛ କଭର ଏବଂ ପ୍ଲାଷ୍ଟିକ ଏବଂ ଧାତୁରେ ନିର୍ମିତ ଅନେକ ଯାନ୍ତ୍ରିକ ଉପାଦାନ ସାମିଲ ରହିଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ଆସନ୍ତା ଆର୍ôଥକ ବର୍ଷ ପାଇଁ ୨୦୨୪-୨୫ ଅର୍ଥାତ୍ ଗୁରୁବାର ଫେବୃଆରୀ ୧ ରେ ବଜେଟ୍ ଉପସ୍ଥାପନ କରିବେ ।

ଆମଦାନୀ ଶୁଳ୍କ ହ୍ରାସ କରିବାକୁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ମୋବାଇଲ୍ ଫୋନ୍ କ୍ଷେତ୍ର ପାଇଁ ବହୁତ ଲାଭଦାୟକ ହେବ । ଏହା କେବଳ ଏହି କ୍ଷେତ୍ରକୁ ଅଗ୍ରଗତି କରିବାରେ ସାହାଯ୍ୟ କରିବ ନାହିଁ ବରଂ ବିଶ୍ୱ ବଜାରରେ ପ୍ରତିଯୋଗିତା ମଧ୍ୟ ବୃଦ୍ଧି କରିବ । ଏହି ମାସ ଆରମ୍ଭରେ, ନ୍ୟୁଜ୍ ଏଜେନ୍ସି ରଏଟର୍ସ ପ୍ରକାଶ କରିଥିଲା ଯେ ପ୍ରିମିୟମ୍ ମୋବାଇଲ୍ ଫୋନ୍ ତିଆରିରେ ବ୍ୟବହୃତ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ହ୍ରାସ କରିବାକୁ କେନ୍ଦ୍ର ସରକାର ବିଚାର କରୁଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତିରୁ ଆପଲ୍ ଭଳି କମ୍ପାନୀ ଉପକୃତ ହୋଇପାରିବେ ଏବଂ ରପ୍ତାନି ମଧ୍ୟ ବୃଦ୍ଧି ପାଇପାରେ ।

Get real time updates directly on you device, subscribe now.