fbpx

ଏହି Appରେ ମାଗଣାରେ ହେବ ମୋବାଇଲ ରିଚାର୍ଜ: GooglePay ରୁ PayTM ସବୁ କାଟୁଛନ୍ତି ଟଙ୍କା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ GooglePay ଏବଂ PayTM ଭାରତର ସବୁଠାରୁ ଲୋକପ୍ରିୟ ପେମେଣ୍ଟ ଆପ୍ ପାଲଟିଛି । କୋଟି କୋଟି ଲୋକ ଏହାକୁ ବିଭିନ୍ନ ପେମେଣ୍ଟ କରିବାରେ ବ୍ୟବହାର କରୁଛନ୍ତି । କିନ୍ତୁ ଉଭୟ କମ୍ପାନୀ ବର୍ତ୍ତମାନ ମୋବାଇଲ ରିଚାର୍ଜ ଉପରେ ମଧ୍ୟ ଅତିରିକ୍ତ ଟଙ୍କା ଚାର୍ଜ କରିବା ଆରମ୍ଭ କରିଛନ୍ତି । ଏହାପୂର୍ବରୁ PayTM ଏବଂ PhonePe ଏହି ଟଙ୍କା ଆଦାୟ କରିବା ଆରମ୍ଭ କରିଥିଲେ । ସେଥିପାଇଁ ସାଧାରଣ ଲୋକେ ଏବେ ଅତିରିକ୍ତ ଖର୍ଚ୍ଚ କରିବା ପାଇଁ ବାଧ୍ୟ ହେଉଛନ୍ତି । ତେବେ ଏମିତି ଆହୁରି କିଛି ଆପ୍ସ ରହିଛି ଯେଉଁଥିରେ ମୋବାଇଲ ରିଚାର୍ଜ କରିବା ପାଇଁ କୌଣସି ଅତିରିକ୍ତ ଖର୍ଚ୍ଚ ଦେବାକୁ ପଡ଼ିବନି ।

ଗୁଗଲ ପେ’ ଏବଂ ପେଟିଏମ ବ୍ୟତୀତ ଆହୁରି କିଛି ପେମେଣ୍ଟ ଆପ୍ ରହିଛି, ଯେଉଁଥିରେ ମୋବାଇଲ ରିଚାର୍ଜ କଲେ ଗ୍ରାହକଙ୍କୁ କନଭିନିୟନ୍ସ ଚାର୍ଜ ଦେବାକୁ ପଡ଼ିବନି । ସେଗୁଡ଼ିକ ହେଲା:

ମୋବିକ୍ୱିକ(Mobikwik): ମୋବିକ୍ୱିକ ହେଉଛି ଏକ ଜଣାଶୁଣା ୱାଲେଟ୍ ଆପ, ଯାହାଦ୍ୱାରା ଆପଣ ବିଭିନ୍ନ ପ୍ରକାରର ସେବା ପାଇପାରନ୍ତି । ଏହାଦ୍ୱାରା ଗ୍ରାହକ ମୋବାଇଲ ରିଚାର୍ଜ ମଧ୍ୟ କରିପାରନ୍ତି । ତେବେ ଗୁଗଲ ପେ’ ବା ଫୋନ୍ ପେ’ ଭଳି ଏଥିରେ କୌଣସି କନଭିନିୟନ୍ସ ଚାର୍ଜ ଦେବାକୁ ପଡ଼େ ନାହିଁ । ମୋବିକ୍ୱିକ୍ ଆପ ଦ୍ୱାରା ମୋବାଇଲ ନମ୍ବର ଦେଇ ଟେଲିକମ୍ କମ୍ପାନୀୟ ଚୟନ କରନ୍ତୁ । ଏହାପରେ ନିଜ ପସନ୍ଦର ପ୍ଲାନ୍ ରିଚାର୍ଜ କରନ୍ତୁ । ରିଚାର୍ଜ ଆମାଉଣ୍ଟ ବ୍ୟତୀତ ଏହି ଆପ୍ ରେ କୌଣସି ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିବ ନାହିଁ ।

ଫ୍ରିଚାର୍ଜ(Freecharge): ଫ୍ରି ଚାର୍ଜ ମଧ୍ୟ ଭାରତର ଆଉ ଏକ ୱାଲେଟ ଆପ୍ । ମୋବାଇଲ ରିଚାର୍ଜ କରିବା ପାଇଁ ଅଧିକାଂଶ ଲୋକ ହାକୁ ବ୍ୟବହାର କରିଥାନ୍ତି । ତେବେ ମାଗଣରେ ମୋବାଇଲ ରିଚାର୍ଜ କରିବା ପାଇଁ ଚାହୁଁଥିଲେ ଆପଣ ମଧ୍ୟ ଏହି ଆପ୍ କୁ ବ୍ୟବହାର କରିପାରିବେ ।

ଭୀମ୍ ୟୁପିଆଇ(Bhim UPI): ଏହି ଆପ୍ ମଧ୍ୟ ବିନା କୌଣସି ଅତିରିକ୍ତ ଚାର୍ଜରେ ମୋବାଇଲ ରିଚାର୍ଜ କରାଇପାରିବ । ଏଥିରେ ପ୍ରିପେଡ ମୋବାଇଲ ନମ୍ବରରେ ଖୁବ ସହଜରେ ରିଚାର୍ଜ କରିପାରନ୍ତି ଗ୍ରାହକ । ତେବେ ଏହି ଆପ୍ ରେ ଏଭଳି ସେବା ସୀମିତ ଭାବରେ ରହିଥାଏ । ବର୍ତ୍ତମାନ ଭୀମ୍ ୟୁପିଆଇରେ MTNL ଏବଂ BSNL ପ୍ରିପେଡ ନମ୍ବର ରିଚାର୍ଜ କରାଯାଇପାରେ ।

Get real time updates directly on you device, subscribe now.