ଚଳିତ ବର୍ଷର ଶେଷ ଭାଗରେ ମହଙ୍ଗା ହୋଇପାରେ ମୋବାଇଲ ରିଚାର୍ଜ, ଜାଣନ୍ତୁ ଡିଟେଲ୍ସ

ମହଙ୍ଗା ହୋଇପାରେ ଏହି ରିଚାର୍ଜ ପ୍ଲାନ, ଜାଣନ୍ତୁ

ନୂଆଦିଲ୍ଲୀ: ଭାରତରେ ଅଧିକାଂଶ ଲୋକେ ସ୍ମାର୍ଟଫୋନର ବ୍ୟବହାର କରୁଛନ୍ତି। ଏହାରି ମଧ୍ୟରେ ଦେଶର ବଡ଼ ଟେଲିକମ କମ୍ପାନୀଗୁଡ଼ିକ ଜିଓ, ଏୟାରଟେଲ ଏବଂ ଭିଆଇ ଚଳିତ ବର୍ଷର ଶେଷ ଭାଗରେ ନିଜର ରିଚାର୍ଜ ପ୍ଲାନ ଆହୁରି ବଢାଇପାରନ୍ତି।

ଏଥିରେ ପ୍ରିପେଡ ଏବଂ ପୋଷ୍ଟପେଡ ୟୁଜର୍ସଙ୍କୁ ଅଧିକ ପେମେଣ୍ଟ କରିବାକୁ ପଡିପାରେ। ଏହାର ସିଧା ପ୍ରଭାବ ଜନସାଧାରନଙ୍କ ପକେଟ ଉପରେ ପଡିପାରେ।

କାହିଁକି ବଢିବ: ସୂଚନାନୁଯାୟୀ, ପ୍ଲାନ୍ସର ମୂଲ୍ୟରେ ବୃଦ୍ଧି କିଛି କାରଣ ପାଇଁ ବଢାଯାଇଥାଏ।୫ଜି ନେଟୱର୍କର ବିସ୍ତାର ଏବଂ ଟେକନିକ ଖର୍ଚ୍ଚର କାରଣ ପାଇଁ କମ୍ପାନୀଗୁଡ଼ିକକୁ ଅଧିକ ନିବେଶ କରିବାକୁ ପଡ଼ୁଛି। ଏଥିପାଇଁ କମ୍ପାନୀ ଏହି ସମସ୍ତ ବୋଝ ଗ୍ରାହକଙ୍କ ଉପରେ ପକାଇବାକୁ ପ୍ରସ୍ତୁତ ହେଉଛି।

ପ୍ରତି ମାସର ୨୮ ଦିନରେ ଏକ ସାମାନ୍ୟ ରିଚାର୍ଜ ପାଇଁ ଲୋକେ ପ୍ରଥମରୁ ୨୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି। ଯଦି ଟାରିଫ ପୁଣିଥରେ ବଢେ, ତେବେ ଗରିବ ଏବଂ ମଧ୍ୟମ ବର୍ଗର ୟୁଜର୍ସଙ୍କ ପାଇଁ ମୋବାଇଲ ଚଳାଇବା ଆହୁରି କଷ୍ଟକର ହୋଇପଡିବ।