fbpx

(Video) କି ମାଡ଼ ଲୋ! ସିସିଟିଭ ଫୁଟେଜରୁ ଧରାପଡିଲା ମୋବାଇଲ ଚୋର, ଆଉ ତା’ ପରେ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ଚୋର ଯେତେ ଚାଲାକ୍ ହେଉଛି, ଲୋକମାନେ ମଧ୍ୟ ତା’ଠାରୁ ଅଧିକ ଚାଲାକ ହେଉଛନ୍ତି । ଚୋରିକୁ ରୋକିବା ପାଇଁ ସବୁ ଦୋକାନୀ ପ୍ରାୟ ସିସିଟିଭ ଫୁଟେଜ ଲଗାଉଛନ୍ତି । ସିସିଟିଭ ଫୁଟେଜ ସାହାର୍ଯ୍ୟରେ ସେମାନେ ଅତି ସହଜରେ ଚୋରକୁ ଧରିବାରେ ସଫଳ ହେଉଛନ୍ତି । ସେହିପରି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଚୋରକୁ ସିସିଟିଭ ଫୁଟେଜ ସାହାର୍ଯ୍ୟରେ ଧରିପକାଇଛନ୍ତି ଦୋକାନୀ । ଆଉ ତା’ ପରେ ଯାହା ଘଟିଲା, ତାହା ଦେଖିଲେ ଆପଣଙ୍କର ବି ଥରି ଯିବେ ।

ଚୋରକୁ ପାଇବା ପରେ ଦୋକାନୀ ସାଙ୍ଗରେ କିଛି ଲୋକ ନିର୍ଧୁମ୍ ମାଡ଼ ମାରିଥିଲେ । ଏହି ମାଡ଼ର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଚୋରକୁ ଏତେ ମାଡ଼ ହୋଇଥିବା ଯେ, ତା’ର ଡ୍ରେସ୍ ମଧ୍ୟ ଚିରିଯାଇଥିବା ଭିଡିଓରେ ଦେଖିବାକୁ ମିଳିଥିଲା । ବେଶ ଉତ୍ତର ମଧ୍ୟମ ଦେବା ପରେ ଲୋକମାନେ ଚୋରକୁ ପୋଲିସକୁ ହସ୍ତାନ୍ତର କରିଥିଲେ ।

ତେବେ ଚୋରି ହୋଇଥିବାର ଏଭଳି ଅଭାବନୀୟ ଦୃଶ୍ୟ ତାଳଚେର ପୌରପରିଷଦ ମାର୍କେଟରେ ଥିବା ହେଲୋ ଇଣ୍ଡିଆ ମୋବାଇଲ୍ ଦୋକାନରୁ ସାମ୍ନାକୁ ଆସିଛି ।ଜୈନିକ ଯୁବକ ମୋବାଇଲ୍ ଚୋରିକରି ନିର୍ଧୁମ ଛେଚା ଖାଇବା ଘଟଣା ମୋବାଇଲରୁ ମୋବାଇଲ୍ ଘୂରିବୁଲିଛି । ହାଟତୋଟା ପୌରପରିଷଦ ମାର୍କେଟ ହେଲୋଇଣ୍ଡିଆ ମୋବାଇଲ ଦୋକାନରୁ ଜୈନିକ ଯୁବକ ଗ୍ରାହକ ସାଜି ଦୋକାନକୁ ପଶି ମୋବାଇଲ୍ ଦେଖିଥିଲା । ଏହି ସମମୟରେ ମୋବାଇଲ୍ ଦୋକାନୀ ଅନ୍ୟମନଷ୍କତାର ସୁଯୋଗ ନେଇ ଉକ୍ତ ଦୃର୍ବୁତ ଏକ ମୋବାଇଲ୍ ଧରି ଛୁ’ ମାରିଥିଲା ।

ସିସିଟିଭିରେ କଏଦ ହୋଇଥିବା ଚିତ୍ର କୁ ଦେଖି ଦୋକାନୀ ଚୋରକୁ ଠାବ କରିଥିଲେ । ପରେ ଉକ୍ତ ଚୋରକୁ ପାଖ ଅଞ୍ଚଳରୁ ଧରିଥିଲେ ଦୋକାନୀ । ପଚରାଉଚରା କରିବା ପରେ ଚୋର ଜଣକ ସତ ମାନିଥିଲା । ସ୍ଥାନୀୟ ଲୋକେ ଉକ୍ତ ଚୋରକୁ ନିସ୍ତୁକ ମାଡ଼ ମାରି ତାଳଚେର ସଦରଥାନା ପୋଲିସର ଜିମା ଦେଇଥିଲେ ।

Get real time updates directly on you device, subscribe now.