ଏଥର ନିସ୍ତାର ନାହିଁ… ପାକିସ୍ତାନ ଉପରେ ହେବ ବଡ଼ ହମଲା! ସୀମାନ୍ତ ରାଜ୍ୟରେ ମକ୍ ଡ୍ରିଲ ଆରମ୍ଭ

ନୂଆଦିଲ୍ଲୀ: ଆସନ୍ତା କାଲିଠାରୁ ଆରମ୍ଭ ହେବ ମକ୍ ଡ୍ରିଲ୍ । ସୀମାରେ ଅବସ୍ଥିତ ୪ ରାଜ୍ୟରେ ଗୁରୁବାରଠାରୁ ମକ୍ ଡ୍ରିଲ୍ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ।

ଗୁଜରାଟ, ପଞ୍ଜାବ, ରାଜସ୍ଥାନ ଏବଂ ଜମ୍ମୁ-କଶ୍ମୀରରେ ଆରମ୍ଭ ହେବ ମକ୍ ଡ୍ରିଲ୍ ।

ଅପରେଶନ ସିନ୍ଦୂର ପୂର୍ବରୁ ଦେଶର ବିଭିନ୍ନ ରାଜ୍ୟରେ ମକ ଡ୍ରିଲ୍ କରାଯାଇଥିଲା । ଯାହାପରେ ପାକିସ୍ତାନ ଉପରକୁ ବଡ଼ ଆକ୍ରମଣ କରିଥିଲା ଭାରତ ।

ଅଧରାତିରେ ପାକିସ୍ତାନ ଆତଙ୍କୀ ଅଡ୍ଡା ଉପରକୁ ମିଶାଇଲ ମାଡ଼ କରାଯାଇଥିଲା । ୧୦୦ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଥିଲେ ।

ପୁଣିଥରେ ସୀମାନ୍ତ ରାଜ୍ୟରେ ମକ ଡ୍ରିଲ୍ ଆରମ୍ଭ କରିବା ନିର୍ଦ୍ଦେଶ ପରେ ଭାରତ ପୁଣିଥରେ ପାକିସ୍ତାନ ଉପରକୁ ହମଲା କରିବାକୁ ଚିନ୍ତା କରୁଥିବା ଆଶଙ୍କା ସୃଷ୍ଟି ହେଉଛି ।