fbpx

ଆତ୍ମହତ୍ୟା କଲେ ଆଉ ଜଣେ ବଙ୍ଗଳା ଅଭିନେତ୍ରୀ: ବିଦିଶାଙ୍କ ପରି ଜୀବନ ହାରିଲେ ମଞ୍ଜୁସା

କୋଲକାତା: ସିନେମା ଜଗତରେ ଏବେ ଅନେକ ଅଭିନେତା ଏବଂ ଅଭିନେତ୍ରୀଙ୍କ ଆତ୍ମହତ୍ୟା ଖବର ସାମନାକୁ ଆସୁଛି । ବିଭିନ୍ନ କାରଣକୁ ନେଇ ନିଜ ଜୀବନ ହାରି ଦେଉଛନ୍ତି ସେଲିବ୍ରିଟି ଷ୍ଟାର । ସେହିଭଳି ଆଉ ଏକ ଖବର ସାମନାକୁ ଆସିଛି ବଙ୍ଗଳା ଫିଲ୍ମ ଇଣ୍ଡଷ୍ଟ୍ରିରୁ । ବଙ୍ଗାଳୀ ଅଭିନେତ୍ରୀ ବିଦିଶା ଦେ ମଜୁମଦାରଙ୍କ ମୃତ୍ୟୁ ପରେ ଆତ୍ମହତ୍ୟା କରିଛନ୍ତି ଆଉ ଜଣେ ବଙ୍ଗାଳୀ ଅଭିନେତ୍ରୀ । ପୂର୍ବରୁ ପଲ୍ଲବୀ ଦେ’ ଓ ବିଦିଶା ମଜୁମଦାର ନାମ୍ନୀ ୨ ଅଭିନେତ୍ରୀ ଜୀବନ ହାରିଥିବା ବେଳେ ଗତକାଲି ଫାଶୀ ଲଗାଇ ଜୀବନ ହାରିଛନ୍ତି ଅଭିନେତ୍ରୀ ମଞ୍ଜୁଷା ନିୟୋଗୀ ।

ମଞ୍ଜୁଷାଙ୍କ ମୃତଦେହ ଆଜୁ ଝୁଲନ୍ତା ଅବସ୍ଥାରେ ତାଙ୍କ ଘରୁ ଉଦ୍ଧାର ହୋଇଛି । ବିଦିଶା ଓ ମଞ୍ଜୁସା ଉଭୟ ବେଶ୍ ଘନିଷ୍ଠ ବାନ୍ଧବୀ ଥିବା ବେଳେ ଜଣକ ପରେ ଜଣେ ଜୀବନ ହାରିବା ଘଟଣାକୁ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହେଉଛି । ସୂଚନା ଅନୁସାରେ, ମଞ୍ଜୁଷା ନିଜ ପରିବାର ସହ କୋଲକାତାର ପଟୋଳି ଅଞ୍ଚଳରେ ରହୁଥିବା ବେଳେ ଗତକାଲି ସକାଳୁ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ପୋଲିସ୍ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇ ଘଟଣାର ତଦନ୍ତ ଆରମ୍ଭ କରିଛି ।

ମଞ୍ଜୁଷାଙ୍କ ମୃତ୍ୟୁ ନେଇ ତାଙ୍କ ମା’ ଦେଇଥିବା ବୟାନ ସମ୍ପୂର୍ଣ୍ଣ ଘଟଣାକୁ ରହସ୍ୟ ଘେରକୁ ଠେଲି ଦେଉଛି । ତାଙ୍କ କହିବାନୁଯାୟୀ, ତାଙ୍କ ଝିଅ ଓ ବିଦିଶା ଉଭୟ ପରସ୍ପରର ଘନିଷ୍ଠ ଥିଲେ । ଏପରିକି ବିଦିଶାଙ୍କ ସହ ରହିବାକୁ ଚାହୁଁଥିବା ଘରେ କହିଥିଲେ ମଞ୍ଜୁଷା । ଉଭୟ ବହୁ ସମୟ କଥା ହେଉଥିଲେ । ବିଦିଶା ଆତ୍ମହତ୍ୟା କରିବା ପରେ ସମ୍ପୂର୍ଣ୍ଣ ଚୁପଚାପ ହୋଇ ଯାଇଥିଲେ ମଞ୍ଜୁଷା । ଖୁବ୍ ଶୀଘ୍ର ମିଡିଆ ଆମ ଘର ଉପରେ ବି ଫୋକସ୍ କରିବ ବୋଲି କହିଥିଲେ । ଏହାକୁ ପରିବାର ଲୋକେ ଗୁରୁତର ସହ ନେଇ ନ ଥିବା ବେଳେ ଏପରି ଚରମ ନିଷ୍ପତ୍ତି ନେଇଗଲେ ମଞ୍ଜୁଷା ।

ଉଭୟ ମଞ୍ଜୁଷା ଓ ବିଦିଶା ଖୁବ୍ ଅଳ୍ପ ଦିନ ହେବ ଟଲିଉଡ଼ରେ ଏଣ୍ଟ୍ରି କରିଥିବା ବେଳେ ମଡେଲିଂ ବି କରୁଥିଲେ । ବିଦିଶାଙ୍କର ପୂର୍ବରୁ ବୟଫ୍ରେଣ୍ଡ ଥିବା ବେଳେ ମଞ୍ଜୁଷାଙ୍କ ସହ ତାଙ୍କର କ’ଣ ସମ୍ପର୍କ ଥିଲା, କ’ଣ ପାଇଁ ଜଣକ ପରେ ଜଣେ ଉଭୟ ଏପରି ଚରମ ନିଷ୍ପତ୍ତି ନେଲେ ତାହା ଏବେବି ସସପେନ୍ସ ଭିତରେ ରହିଛି ।

Get real time updates directly on you device, subscribe now.