fbpx

କାଠ କାଟିବା ମେସିନ୍‌ରେ ବେକ କାଟି ଯବାନଙ୍କ ଆତ୍ମହତ୍ୟା, ତଦନ୍ତ ଆରମ୍ଭ କଲା ପୋଲିସ

ମାଲକାନଗିରି, (ଭାସ୍କର ନ୍ୟୁଜ୍‌): ମାଲକାନଗିରି ଜିଲ୍ଲାରେ ଅଭାବନୀୟ ଘଟଣା । ବିଜାପୁରରେ ମୁତୟନ ଜଣେ ସିଆର୍‌ପିଏଫ୍‌ ଯବାନ କାଠ କାଟିବା ମେସିନ୍‌ରେ ବେକ କାଟି ଆତ୍ମହତ୍ୟା କରିଛନ୍ତି । ଜିଲ୍ଲାର ଜେତାଲୁର ମାର୍ଗ ଠାରେ ଅବସ୍ଥାପିତ ୧୭୦ ସିଆର୍‌ପିଏଫ ବାଟାଲିୟନର ମୁତୟନ ଥିବା ଯବାନ ଅଟୋମେଟିକ ମେସିନରେ ବେକକୁ କାଟି ଆତ୍ମହତ୍ୟା କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।

କୌଣସି କାରଣକୁ ନେଇ ସିଆର୍‌ପିଏଫ୍‌ ଯବାନ ନିଜର ଶରୀର ବିଭିନ୍ନ ସ୍ଥାନରେ ମେସିନ ଦ୍ୱାରା କାଟିବା ପରେ ବେକକୁ କାଟି ଦେଇଥିଲା । ମୃତ ସିଆର୍‌ପିଏଫ୍‌ କନେଷ୍ଟବଳ ହରିୟାଣା ନିବାସୀ ମୋହନ ବୋଲି ଜଣାପଡିଛି । ତାଙ୍କ ମୃତଦେହକୁ ପୈତୃକ ଘରକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି । ସିଆର୍‌ ପିଏଫ୍‌ ଡିଆଇଜିଙ୍କ କହିବା ଅନୁଯାୟୀ ଯବାନ ଗତ ଦେଢ ବର୍ଷ ହେଲା ମାନସିକ ରୋଗର ଆକ୍ରାନ୍ତ ହୋଇଯାଇଥିଲେ ।

Get real time updates directly on you device, subscribe now.