fbpx

ବିଶ୍ୱର ଲୋକପ୍ରିୟ ନେତାଙ୍କ ମଧ୍ୟରେ ମୋଦୀ ପ୍ରଥମ; ପଛରେ ପଡିଲେ ବିଡେନ୍ ଓ ମର୍କେଲ

ନୂଆଦିଲ୍ଲୀ: ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଛି ଆଉ ଏକ ଅନ୍ତର୍ଜାତୀୟ ସ୍ୱୀକୃତି । ଦ ମର୍ଣ୍ଣିଙ୍ଗ କନସଲ୍ଟ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ମୋଦୀ ବିଶ୍ୱର ସବୁଠାରୁ ଅଧିକ ପସନ୍ଦଯୋଗ୍ୟ ନେତାର ମାନ୍ୟତା ପାଇଛନ୍ତି । ମର୍ଣ୍ଣିଂ କନସଲ୍ଟ ପକ୍ଷରୁ କରାଯାଇଥିବା ସର୍ଭେରେ ମୋଦୀଙ୍କୁ ୭୦ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି । ବିଜେପି କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ଏହି ତଥ୍ୟକୁ ସୋସିଆଲ ମିଡିଆ କୁ ରେ ଶେୟାର କରିଛନ୍ତି । ମୋଦୀ ଜି ବିଶ୍ୱର ଲୋକପ୍ରିୟ ନେତା ଭାବରେ ନିଜ ସ୍ଥାନ ବଜାୟ ରଖିଛନ୍ତି । ୧୩ ଜଣ ବିଶ୍ୱ ନେତୃତ୍ୱଙ୍କୁ ପଛରେ ପକାଇ ମୋଦୀ ଏହି କୃତିତ୍ୱ ହାସଲ କରିଛନ୍ତି । ମେକ୍ସିକୋ ରାଷ୍ଟ୍ରପତି ଆନ୍ଦ୍ରେସ ମାନୁଏଲ ଲୋପେଜ, ବ୍ରାଜିଲ ରାଷ୍ଟ୍ରପତି ଜେର ବୋଲସୋନାରୋ, ୟୁକେ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ପ୍ରମୁଖଙ୍କୁ ପଛରେ ପକାଇଛନ୍ତି । ଏପରିକି ଅନ୍ୟତମ ଶକ୍ତିଶାଳୀ ନେତା ଜୋ ବିଡେନ ଏବଂ ଆଞ୍ଜେଲା ମର୍କେଲଙ୍କୁ ପଛରେ ପକାଇଛନ୍ତି ମୋଦୀ ।
ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା:
୧. ନରେନ୍ଦ୍ର ମୋଦୀ- ୭୦ ପ୍ରତିଶତ
୨. ଲୋପ ଓବ୍ରେଡର- ୬୬ ପ୍ରତିଶତ
୩. ମାରିନୋ ଡ୍ରଘି- ୫୮ ପ୍ରତିଶତ
୪. ଆଞ୍ଜେଲା ମର୍କେଲ- ୫୪ ପ୍ରତିଶତ
୫. ସ୍କଟ ମରିସନ୍- ୪୭ ପ୍ରତିଶତ
୬. ଜଷ୍ଟିନ୍ ଟ୍ରୁଡ୍ୟେୁ- ୪୫ ପ୍ରତିଶତ
୭. ଜୋ ବିଡେନ୍- ୪୪ ପ୍ରତିଶତ
୮. ଫୁମିଓ କିଶିଦା- ୪୨ ପ୍ରତିଶତ
୯. ମୁନ୍ ଜାଏ ଇନ- ୪୧ ପ୍ରତିଶତ
୧୦. ବୋରିଶ ଜନସନ- ୪୦ ପ୍ରତିଶତ
୧୧. ପେଡ୍ରୋ ସାଞ୍ଚେଜ- ୩୭ ପ୍ରତିଶତ
୧୨. ଏମାନୁଏଲ ମାକ୍ରୋନ- ୩୬ ପ୍ରତିଶତ
୧୩. ଜେର ବୋଲସୋନାରୋ- ୩୫ ପ୍ରତିଶତ
ଆମେରିକୀୟ ଫାର୍ମ ମର୍ଣ୍ଣିଙ୍ଗ କନସଲ୍ଟାଣ୍ଟ ପକ୍ଷରୁ ଅନଲାଇନ କରାଯାଇଥିବା ଏହି ସର୍ବେକ୍ଷଣରେ ଭାରତରୁ ୨୧୨୬ ଜଣ ଲୋକଙ୍କୁ ସାମିଲ କରାଯାଇଥିଲା । ପରି ଦେଶର ରାଷ୍ଟ୍ରମୁଖ୍ୟ ମାନଙ୍କୁ ଏହି ସର୍ଭେରେ ସାମିଲ କରାଯାଇଥିଲା । ୭ ଦିନ ବ୍ୟାପୀ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ଏହି ତଥ୍ୟ ପ୍ରକାଶ ପାଇଛି ।

Get real time updates directly on you device, subscribe now.